ଓଡିଶା

odisha

ETV Bharat / city

ସୋମବାର ମଧ୍ୟରାତ୍ରୀ ୧୨ରେ ମୁଣ୍ଡଳିରେ ପ୍ରବାହିତ ହେବ ୧୧ ଲକ୍ଷରୁ ଅଧିକ କ୍ୟୁସେକ ଜଳ - ମୁଣ୍ଡଳୀରେ ପ୍ରବାହିତ ହେବ ୧୧ ଲକ୍ଷରୁ ଅଧିକ କ୍ୟୁସେକ ଜଳ

ଫୁଲୁଛି ମହାନଦୀ । ବୃଦ୍ଧି ପାଇବାରେ ଲାଗିଛି ମହାନଦୀ ଓ କାଠଯୋଡିର ଜଳସ୍ତର । ତେବେ ସୋମବାର ମଧ୍ୟରାତ୍ରୀ ସୁଦ୍ଧା ମୁଣ୍ଡଳି ବ୍ୟାରେଜ ଦେଇ ୧୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବା ନେଇ କହିଛନ୍ତି ଜଳ ସମ୍ପଦ ବିଭାଗ । ଅଧିକ ପଢନ୍ତୁ

ସୋମବାର ମଧ୍ୟରାତ୍ରୀ ୧୨ରେ ମୁଣ୍ଡଳୀରେ ପ୍ରବାହିତ ହେବ ୧୧ ଲକ୍ଷରୁ ଅଧିକ କ୍ୟୁସେକ ଜଳ
ସୋମବାର ମଧ୍ୟରାତ୍ରୀ ୧୨ରେ ମୁଣ୍ଡଳୀରେ ପ୍ରବାହିତ ହେବ ୧୧ ଲକ୍ଷରୁ ଅଧିକ କ୍ୟୁସେକ ଜଳ

By

Published : Aug 15, 2022, 11:06 PM IST

କଟକ:ଲଗାଣ ବର୍ଷା ଯୋଗୁଁ ବୃଦ୍ଧି ପାଉଛି ମହାନଦୀ ଓ କାଠଯୋଡିର ଜଳସ୍ତର । ଫଳରେ ମହାନଦୀ ଅବବାହିକାରେ ବନ୍ୟା ସ୍ଥିତି ଦେଖାଦେଇଛି । ତେବେ ସୋମବାର ମଧ୍ୟରାତ୍ରୀ ସୁଦ୍ଧା ମୁଣ୍ଡଳି ବ୍ୟାରେଜ ଦେଇ ୧୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ।

ସୂଚନାଅନୁସାରେ, ରାତି ୯ ଟା ସୁଦ୍ଧା ଖଇରମାଳ ଦେଇ ୧୨ଲକ୍ଷ ୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ବରମୂଳ ଦେଇ ୧୧ ଲକ୍ଷ ୧୬ ହଜାର ୫୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ମୁଣ୍ଡଳି ଦେଇ ୧୦ ଲକ୍ଷ ୭୩ ହଜାର ୨୯୭ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ନରାଜ ଦେଇ କାଠଯୋଡି ନଦୀରେ ୫ ଲକ୍ଷ ୨୫ ହଜାର ୭୩୨ କ୍ୟୁସେକ ଜଳ ପ୍ରବାହିତ ହେଉଛି । ତେବେ ଆଜି(ସୋମବାର) ମଧ୍ୟରାତ୍ରୀ ସୁଦ୍ଧା ମୁଣ୍ଡଳି ବ୍ୟାରେଜ ଦେଇ ୧୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବା ନେଇ ପୂର୍ବାନୁମାନ କରିଛି ଜଳସମ୍ପଦ ବିଭାଗ ।

SRCଙ୍କ ମୁତାବକ, "କଟକର ନିଶ୍ଚିନ୍ତକୋଇଲି, ଆଠଗଡ଼ ଓ ବାଙ୍କୀରେ ପ୍ରଭାବ ପଡ଼ିବ ।ବନ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କ ସହ SRC କଥା ହୋଇଛନ୍ତି ।ଏହାର ମୁକାବିଲା ଲାଗି ଗତକାଲି ବିଭିନ୍ନ ଜିଲ୍ଲାକୁ NDRF, ODRAF ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି । ଏହା ବାଦ ବିଭିନ୍ନ ଜିଲ୍ଲାକୁ ଆଜି ODRAFର ଓ NDRF ୧୨ଟି ଓ ଅଗ୍ନିଶମ ବିଭାଗର ୨୦ଟି ଟିମ ଅତିରିକ୍ତ ପଠାଯାଇଛି ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details