ଓଡିଶା

odisha

ETV Bharat / city

ଥୋରିଆ ସାହି ବାଳିକା ଉଚ୍ଚ ବିଦ୍ୟାଳୟ ବିଦ୍ୟୁତ୍‌ ନଥିବା ଘଟଣା; ଖବର ପ୍ରସାରଣ ପରେ ପ୍ରତିକ୍ରିୟା ରଖିଲେ ବିଧାୟକ

କଟକ ଥୋରିଆ ସାହି ବାଳିକା ଉଚ୍ଚ ବିଦ୍ୟାଳୟରେ ବିନା ବିଦ୍ୟୁତରେ ପାଠପଢା ହେଉଥିବା ଖବର ଇଟିଭି ଭାରତରେ ପ୍ରସାରଣ ପରେ ପ୍ରତିକ୍ରିୟା ରଖିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ । ସ୍କୁଲରେ ବିଦ୍ୟୁତ ନଥିବା ଘଟଣାକୁ ସେ ଦୃଢ ଭାବରେ ନିନ୍ଦା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Oct 30, 2019, 11:18 PM IST

କଟକ: ଥୋରିଆ ସାହି ବାଳିକା ଉଚ୍ଚ ବିଦ୍ୟାଳୟରେ ବିନା ବିଦ୍ୟୁତରେ ପାଠପଢା ହେଉଥିବା ଖବର ଇଟିଭି ଭାରତରେ ପ୍ରସାରଣ ପରେ ପ୍ରତିକ୍ରିୟା ରଖିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ । କଟକ ଭଳି ଗୁରୁତ୍ବପୂର୍ଣ୍ଣ ସହରରେ ଥିବା ସ୍କୁଲରେ ବିଦ୍ୟୁତ ନଥିବା ଘଟଣାକୁ ଦୃଢ ଭାବରେ ନିନ୍ଦା କରିଛନ୍ତି ସେ ।

ଥୋରିଆ ସାହି ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟୁତ୍‌ ନଥିବା ଘଟଣା; ଖବର ପ୍ରସାରଣ ପରେ ପ୍ରତିକ୍ରିୟା ରଖିଲେ ବିଧାୟକ

ଏହା ଏକ ଦୁଖଦାୟକ ଘଟଣା । ଏଥିପାଇଁ ସେ ଦୁଃଖିତ ଏବଂ ମର୍ମାହତ ଥିବା ମୋକିମ କହିଛନ୍ତି । ରାଜ୍ୟ ସରକାର ‘5ଟି’ କଥା କହୁଥିବାବେଳେ ସଚିବ ମାନେ ବିଭିନ୍ନ ସ୍ଥାନକୁ ଅଚାନକ ଗସ୍ତ କରୁଛନ୍ତି । ଏପରି ସ୍ଥଳେ କଟକ ଭଳି ସହରରେ ଏକ ସ୍କୁଲରେ ବିଦ୍ୟୁତ ନଥିବା ଘଟଣା ଅତି ଲଜ୍ୟାଜନକ ବୋଲି ବିଧାୟକ ଦର୍ଶାଇଛନ୍ତି । ଏହାସହ ଏହି ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ସେ କହିଛନ୍ତି ।

ଅଧିକ ପଢନ୍ତୁ; ୯ ମାସ ଧରି ସ୍କୁଲରେ ନାହିଁ ବିଦ୍ୟୁତ୍‌; ବିଲ୍‌ ହେଲାଣି 14 ଲକ୍ଷ

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details