ଓଡିଶା

odisha

ETV Bharat / city

‘ଇଂରେଜଙ୍କଠୁ ଟଙ୍କା ନିଆଯାଇ ଲେଖାଯାଇଛି ଇତିହାସ, ଏଥିରେ କୌଣସି ସତ୍ୟତା ନାହିଁ’ - କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଭାରତର ଇତିହାସ ଭୁଲ । ଯାହା କିଛି ଲେଖା ଯାଇଛି ତାହାର କୌଣସି ସତ୍ୟତା ନାହିଁ । ଯିଏ ଏହି ମିଥ୍ୟା ଇତିହାସ ଲେଖିଛି ତା ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହୋଇପଡୁଛି । ଯିଏ ବି ଲେଖିଛି ସେ ଇଂରେଜଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇଛି।

ଡିଜାଇନ ଫଟୋ

By

Published : Sep 12, 2019, 4:33 PM IST

କଟକ: ଭାରତର ଇତିହାସ ଭୁଲ । ଯାହା କିଛି ଲେଖା ଯାଇଛି ତାହାର କୌଣସି ସତ୍ୟତା ନାହିଁ । ଯିଏ ଏହି ମିଥ୍ୟା ଇତିହାସ ଲେଖିଛି ତା ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହୋଇପଡୁଛି । ଯିଏ ବି ଲେଖିଛି ସେ ଇଂରେଜଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇଛି । ବ୍ରିଟିଶଙ୍କୁ ଚିରସ୍ଥାୟୀର ଆଖ୍ୟା ଦେବା ପାଇଁ ଏହି ଭୁଲ ଇତିହାସ ଲେଖିଛନ୍ତି ସେମାନେ । ତେବେ ଏହି ମହାନ ଭାରତର ଇତିହାସକୁ ପୁଣି ଥରେ ଲେଖିବାରେ ଯୋଜନା ଚାଲିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ଏହାସହ ଭାଷାକୁ ନେଇ ଯେଉଁ ମନ୍ତବ୍ୟ ରହିଛି ତାହା ମଧ୍ୟ ଭୁଲ୍‌ । ସବୁ ଭାଷା ସଂସ୍କୃତରୁ ଆସିଛି । ତେଣୁ ଉତ୍ତର ଭାରତ ଓ ଦକ୍ଷିଣ ଭାରତ ଅଲଗା ବୋଲି ଯେଉଁ କୁହାଯାଉଛି ତାହା ଭୁଲ୍‌ ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେହିପରି ଆର୍ଯ୍ୟ ଓ ଦ୍ରାବିଡ ଥିଓରୀ ମଧ୍ୟ ଭୁଲ । ହିନ୍ଦୁ ଓ ଶିଖ ଅଲଗା ନୁହଁନ୍ତି ସମସ୍ତେ ଏକ । କାରଣ ଶାସ୍ତ୍ର କୁହେ ଗୁରୁ ନାନକ ହେଉଛନ୍ତି ହିନ୍ଦୁ। ତେବେ ଏହି ଇତିହାସ ଲେଖିବା ପଛରେ ସାମ୍ପ୍ରଦାୟିକ ଦଙ୍ଗାକୁ ଆବାହନ କରିବା ଛଡା କିଛି ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details