ଓଡିଶା

odisha

ETV Bharat / city

କୋରୋନା ପ୍ରଭାବରେ ପ୍ରଭାବିତ ଡାକ୍ତରୀ ଛାତ୍ରଛାତ୍ରୀ

ମେଡିକାଲ ଶିକ୍ଷା ଉପରେ କୋରୋନାର ପ୍ରଭାବ ପଡିଛି । ପ୍ରଭାବିତ ହୋଇଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ । ସ୍ଥିତି ଏମିତି ଯେ ଗୋଟିଏ ବର୍ଷ ପଛକୁ ପଳାଇଛି ଶିକ୍ଷାବର୍ଷ । କେବଳ ସେତିକି ନୁହେଁ କୋରୋନା ପାଇଁ ପାଠପଢିବାରେ ସେମାନଙ୍କ ପାଇଁ ଗୁରୁତ୍ୱର ସମସ୍ୟା ସୃଷ୍ଟି କରିଛି । ଏଭଳି ସ୍ଥିତି ଲାଗିରହିଲେ ଆଗକୁ ରୋଗୀ ସେବାରେ ବି ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ ....

By

Published : Jun 25, 2020, 4:57 PM IST

କୋରୋନା ପ୍ରଭାବରେ ପ୍ରଭାବିତ ଡାକ୍ତରୀ ଛାତ୍ରଛାତ୍ରୀ
କୋରୋନା ପ୍ରଭାବରେ ପ୍ରଭାବିତ ଡାକ୍ତରୀ ଛାତ୍ରଛାତ୍ରୀ

କଟକ: ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଉପରେ କୋରୋନା ମାଡ଼। ପ୍ରଭାବିତ ହୋଇଛି ଶିକ୍ଷା ବର୍ଷ । ଯେଉଁ ସମୟରେ ଶିକ୍ଷାବର୍ଷ ଶେଷ ହେବା କଥା, ଏପର୍ଯ୍ୟନ୍ତ କିନ୍ତୁ ପରୀକ୍ଷା ଆରମ୍ଭ ହୋଇନାହିଁ । ବଡ଼ କଥା ହେଉଛି ଡାକ୍ତରୀ ଛାତ୍ରଛାତ୍ରୀ ମାନେ ପାଠ ପଢ଼ାରେ ସବୁଠାରୁ ଅଧିକ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି । କାରଣ କୋରୋନା ପାଇଁ ମାର୍ଚ୍ଚ ମାସରୁ ହଷ୍ଟେଲ ବନ୍ଦ କରାଗଲା, ସମସ୍ତ ଏମବିବିଏସ ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜର ଘରକୁ ଯିବାପାଇଁ ନିର୍ଦ୍ଦେଶ ଦିଆଗଲା। ଦୀର୍ଘ ତିନି ମାସ ଧରି ଡାକ୍ତରୀ ଛାତ୍ରଛାତ୍ରୀ ମାନେ ଘରେ ଫସି ରହିଲେ । ଯଦିଓ ଅନଲାଇନରେ ପାଠପଢା ଆରମ୍ଭ କରାଗଲା । ସେଥିରେ ବି ସମସ୍ୟା ଉପୁଜିଲା । ଯେଉଁ ଛାତ୍ରଛାତ୍ରୀ ମାନେ ଗ୍ରାମାଞ୍ଚଳରେ ଅଛନ୍ତି ସେମାନେ ଅନଲାଇନ ପାଠପଢ଼ାରେ ବେଶ ସମସ୍ୟାରେ ସମ୍ମୁଖୀନ ହେଲେ। ବିଶେଷକରି ସକାଳ ୯ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଅନଲାଇନ ପାଠପଢ଼ା ପାଇଁ ନେଟ ଆଉ ବିଦ୍ୟୁତ ପ୍ରତିବନ୍ଧକ ସାଜିଛି ।

କୋରୋନା ପ୍ରଭାବରେ ପ୍ରଭାବିତ ଡାକ୍ତରୀ ଛାତ୍ରଛାତ୍ରୀ

ସେହିପରି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗ୍ରୁପ ଷ୍ଟଡ଼ି ଆଉ ଲାଇବ୍ରେରୀ ଆବଶ୍ୟକ ଥିଲା ବେଳେ ସେହି ସୁଯୋଗ ରୁ ବି ସେମାନେ ବଞ୍ଚିତ ହେଲେ। କେବଳ ସେତିକି ନୁହେଁ, କୋରୋନା ପାଇଁ ଶିକ୍ଷା ବର୍ଷ ଗୋଟିଏ ବର୍ଷ ପଛୁଆ ଥିବା ଏମବିବିଏସ ଛାତ୍ରଛାତ୍ରୀ କହିଛନ୍ତି। କୋରୋନା ଆସିବା ପରେ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି । ସମସ୍ତଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷା ଦାନ କରାଯାଉଛି। କୋରୋନା ପାଇଁ ଥିଓରୀ କ୍ଳାସ ବି ସଠିକ ସମୟରେ ଶେଷ ହୋଇପାରିଲା ନାହିଁ । ଗୋଟିଏ ଡାକ୍ତରୀ ଛାତ୍ର ପାଇଁ ପ୍ରାଟିକାଲ କ୍ଳାସ ଗୁରୁତ୍ୱପୂର୍ଣ୍ଣ ଥିଲାବେଳେ କୋରୋନା ପାଇଁ ଏହା କରିବା ସମ୍ଭବପର ହୋଇପାରି ନାହିଁ । ଯାହାକି ସେମାନଙ୍କ ପାଇଁ ଗୁରୁତ୍ୱର ସମସ୍ୟା ସୃଷ୍ଟି କରିଥିବା କଟକ ବଡ଼ ମେଡିକାଲର ବରିଷ୍ଠ ଡାକ୍ତର କହିଛନ୍ତି।


କଟକ ବଡ଼ ମେଡିକାଲରେ ଏମବିବିଏସ ବିଭାଗରେ ପ୍ରତ୍ୟକ ବର୍ଷ ୨୫୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଆଡ଼ମିଶନ କରୁଥିଲାବେଳେ ପିଜି ରେ ମଧ୍ୟ ପ୍ରତ୍ୟକ ବର୍ଷ ୨୨୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଆଡ଼ମିଶନ କରୁଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details