ଓଡିଶା

odisha

ETV Bharat / city

ଆଜିଠାରୁ ମାଟ୍ରିକ ପରୀକ୍ଷା, ସ୍କ୍ବାଡଙ୍କୁ ବି ମୋବାଇଲ ମନା - ମ୍ୟାଟ୍ରିକ ପରୀକ୍ଷା

ଆଜିଠାରୁ ମାଟ୍ରିକ ପରୀକ୍ଷା। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ସମଗ୍ର ରାଜ୍ୟରେ ମୋଟ 2830ଟି ପରୀକ୍ଷା କେନ୍ଦ୍ରରେ 5ଲକ୍ଷ 72 ହଜାର 699 ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ମ୍ୟାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି ରହିଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Feb 22, 2019, 11:00 AM IST

କଟକ: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା ।10ଟାରୁ ଏହା ଆରମ୍ଭ ହେବାକୁ ଥିବାବେଳେ ପରୀକ୍ଷାର୍ଥୀ ଏହାର 1 ଘଣ୍ଟା ପୂର୍ବରୁ କେନ୍ଦ୍ରକୁ ପ୍ରବେଶ କରିବେ । 9.30ରେ ଓଏମଆର ସିଟ ଦିଆଯିବ। ପ୍ରଶ୍ନପତ୍ର କେନ୍ଦ୍ରରେ ପହଞ୍ଚିବା ପରେ ପରୀକ୍ଷାର୍ଥୀଙ୍କ ଆଗରେ ସିଲ ଖୋଲାଯିବ। ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ରଖିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ।

ସେହିପରି କପି ରୋକିବା ଉପରେ ମଧ୍ୟ ଦିଆଯାଇଛି ସ୍ବତନ୍ତ୍ର ଗୁରୁତ୍ବ । ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି । ମୋବାଇଲ ବ୍ୟବହାରକୁ ବ୍ୟାନ କରାଯାଇଛି । ପରିଚାଳନା ଦାୟିତ୍ବରେ ଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀ ନିଜ ଫୋନକୁ କେନ୍ଦ୍ରର ସୁପରିନଟେଣ୍ଡେଣ୍ଟକୁ ହସ୍ତାନ୍ତର କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏପରିକି ସ୍କ୍ବାଡ ଓ ପୋଲିସ କର୍ମଚାରୀଙ୍କ ମଧ୍ୟ ମୋବାଇଲ ବ୍ୟବହାର ଉପରେ ରୋକ ଲାଗିଛି।

ଅନ୍ୟପଟେ ଏଥର ଚତୁଃସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି । 44ଟି ସ୍ପେଶାଲ ସ୍କ୍ବାଡ କରିଛି ବୋର୍ଡ । ପ୍ରତ୍ୟେକ ସ୍ପେଶାଲ ସ୍କ୍ବାଡରେ ଦୁଇ ଅଧିକାରୀ ରହିଛନ୍ତି। ସେହିପରି 58ଟି ଫ୍ଲାଇଂ ସ୍କ୍ବାଡ ମଧ୍ୟ ଗଠନ କରାଯାଇଛି। ଜିଲ୍ଲାପାଳଙ୍କ ପକ୍ଷରୁ ମଧ୍ୟ ଗୋଟିଏ ଲେଖାଏଁ ସ୍କ୍ବାଡ ଗଠନ ହୋଇଛି । ସୁରକ୍ଷା ଦୃଷ୍ଟିରୁ ମାଓ ଅଧ୍ୟୁଷିତ କେନ୍ଦ୍ର ଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ABOUT THE AUTHOR

...view details