ଓଡିଶା

odisha

ପରିବେଶ ଦିବସରେ ମଙ୍ଗଳାଯୋଡିର ସୁରକ୍ଷା ବାର୍ତ୍ତା

By

Published : Jun 6, 2022, 7:16 AM IST

ରବିବାର ଥିଲା ବିଶ୍ବ ପରିବେଶ ଦିବସ । ପ୍ରକୃତି କୋଳରେ ଶୋଭା ପାଉଥିବା ପ୍ରତିଟି ଜୀବଜନ୍ତୁ ଓ ବୃକ୍ଷର ସଂରକ୍ଷଣ ତଥା ବଂଶବୃଦ୍ଧି ପାଇଁ ଚାଲିଛି ପ୍ରୟାସ । ଅଧିକ ପଢ଼ନ୍ତୁ

ପରିବେଶ ଦିବସରେ ମଙ୍ଗଳାଯୋଡିର ସୁରକ୍ଷା ବାର୍ତ୍ତା
ପରିବେଶ ଦିବସରେ ମଙ୍ଗଳାଯୋଡିର ସୁରକ୍ଷା ବାର୍ତ୍ତା

କଟକ:ରବିବାର ଥିଲାବିଶ୍ବ ପରିବେଶ ଦିବସ । ପ୍ରକୃତି କୋଳରେ ଶୋଭା ପାଉଥିବା ପ୍ରତିଟି ଜୀବଜନ୍ତୁ ଓ ବୃକ୍ଷର ସଂରକ୍ଷଣ ତଥା ବଂଶବୃଦ୍ଧି ପାଇଁ ଚାଲିଛି ପ୍ରୟାସ । ଏହି କ୍ରମରେ ଖୋର୍ଦ୍ଧାର ମଙ୍ଗଳାଯୋଡି ଉପରେ ପ୍ରସ୍ତୁତ ପୁସ୍ତକ 'ଦ ମ୍ୟାଜିକ ଅଫ ମଙ୍ଗଳାଯୋଡି' ଉପରେ କଟକରେ ଆୟୋଜିତ ହୋଇଛି ଏକ ସଚେତନତା କାର୍ଯ୍ୟକ୍ରମ । ଗତ ଏପ୍ରିଲ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁସ୍ତକକୁ ଉଦଘାଟନ କରିବା ପରେ ସାରା ଦେଶରେ ଏ ନେଇ ସଚେତନତା ସୃଷ୍ଟି କରାଯାଉଛି । ବିରଳ ତଥା ସୁନ୍ଦର ପଷୀଙ୍କ ଜୀବନ ରକ୍ଷା ସହିତ ମଙ୍ଗଳାଯୋଡିର ଆକର୍ଷଣ ବଢାଇବା ପାଇଁ ସ୍ଥାନୀୟ ଶୀକାରୀମାନେ ଶିକାର ବନ୍ଦ କରି ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛନ୍ତି ।

ପରିବେଶ ଦିବସରେ ମଙ୍ଗଳାଯୋଡିର ସୁରକ୍ଷା ବାର୍ତ୍ତା

ପରେ ଦୁଇ ବର୍ଷ ହେବ 'ସଙ୍ଗ ଅଫ ଦ ୱାଇଲ୍ଡ' ନାମକ ସଂସ୍ଥା ମଙ୍ଗଳଯୋଡି ଉପରେ ଏକ ସୁନ୍ଦର ଫଟୋ ପୁସ୍ତକ ପ୍ରସ୍ତୁତ କରିଥିଲେ । ଏବେ ବିଶ୍ବ ପରିବେଶ ଦିବସ ଅବସରରେ ଏହି ପୁସ୍ତକ ଓ ମଙ୍ଗଳାଯୋଡିର ଆକର୍ଷଣ ଉପରେ ବୁଦ୍ଧିଜୀବୀ,ପରିବେଶବିତ ଓ ସମାଜସେବୀଙ୍କୁ ନେଇ ଆୟୋଜିତ ହୋଇଛି ସଚେତନତା କାର୍ଯ୍ୟକ୍ରମ ।

ଆଗକୁ ମଙ୍ଗଳାଯୋଡିର ଆକର୍ଷଣ ଓ ବଢୁଥିବା ପକ୍ଷୀଙ୍କର କଳରବ ପ୍ରତି ସାରା ଦେଶ ଓ ବିଶ୍ବର ନଜର ଆଣିବା ପାଇଁ ଏଭଳି ସଚେତନତା କାର୍ଯ୍ୟକ୍ରମ ଭାରତର ସବୁ ସହରରେ ଆୟୋଜନ କରାଯିବ ବୋଲି କହିଛନ୍ତି ବିଶିଷ୍ଟ ୱାଇର୍ଲ୍ଡ ଲାଇଫ ଫଟୋଗ୍ରାଫର ଅବିନାଶ ଖେମକା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details