କଟକ: ଖୋଲୁଛି ମାନସ ହତ୍ୟାକାଣ୍ଡ ମାମଲାର ଗୁମର । ଜାନୁଆରି 30 ତାରିଖ ଦିନ ମାନସଙ୍କୁ ଅପହରଣ କରିବା ପୂର୍ବରୁ, ସମ୍ପୂର୍ଣ୍ଣା ଅଫିସକୁ ଡାକି ମାଡ ମାରିଥିଲେ ଶର୍ମିଷ୍ଠା ଓ ନିରଞ୍ଜନ । ମେମୋରୀ ଚିପ ଫେରାଇବା ଦାବି କରି ଉଭୟ ମାନସଙ୍କୁ ସମ୍ପୂର୍ଣ୍ଣା ଅଫିସରେ ମାଡ ମାରିବା ପରେ ତାଙ୍କୁ ଦୟାଲ ଆଶ୍ରମକୁ ନେଇ ଯାଇଥିଲେ । ସେଠାରେ ମାନସର କ୍ୟାମେରାକୁ ମଧ୍ୟ ଛଡାଇ ନେଇଥିଲେ । ଫଳରେ ଗତ ଜାନୁଆରି 10 ତାରିଖରୁ ଦୟାଲ ଆଶ୍ରମରେ ରହିଆସୁଥିବା ମାନସ ଜାନୁଆରି 31 ତାରିଖ ଦିନ ଆଶ୍ରମ ଛାଡି ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ରହିବାକୁ ଲାଗିଥିଲେ ।
ମାନସ ହତ୍ୟା ମାମଲା: ମିଳୁ ନାହିଁ ମେମୋରୀ ଚିପ୍ - ମାନସ ସ୍ବାଇଁ ହତ୍ୟା ମାମଲା
ଖୋଲୁଛି ମାନସ ହତ୍ୟାକାଣ୍ଡ ମାମଲାର ଗୁମର । ଜାନୁଆରି 30 ତାରିଖ ଦିନ ମାନସଙ୍କୁ ଅପହରଣ କରିବା ପୂର୍ବରୁ ତାଙ୍କ ସମ୍ପୂର୍ଣ୍ଣା ଅଫିସକୁ ଡାକି ମାଡ ମାରିଥିଲେ ଶର୍ମିଷ୍ଠା ଓ ନିରଞ୍ଜନ । ଅଧିକ ପଢନ୍ତୁ
ମାନସ ସ୍ବାଇଁ ହତ୍ୟା ମାମଲା; ମିଳୁ ନାହିଁ ମେମୋରୀ ଚିପ
ଏହା ପରେ ମାନସ ମେମୋରୀ ଚିପ ଓ ତାଙ୍କ କ୍ୟାମେରା ଫେରାଇବା ବଦଳରେ ଶର୍ମିଷ୍ଠାଙ୍କ ଠାରୁ 10 ହଜାର ଟଙ୍କା ଦାବି କରିଥିଲେ । କିନ୍ତୁ ଶର୍ମିଷ୍ଠା ତାଙ୍କୁ ଟାଙ୍କା ଦେବା ବଦଳରେ ଚାନ୍ଦବାଲିରୁ ଅପହରଣ କରିଥିଲେ । ଏହା ବ୍ୟତିତ ସେହି ଚର୍ଚ୍ଚିତ ମେମୋରୀ ଚିପ ବାବଦରେ ପ୍ରଥମ ଥର ଲାଗି ମୁହଁ ଖୋଲିଛି କ୍ରାଇମବ୍ରାଞ୍ଚ । ମୋମୋରୀ ଚିପଟି ମାନସ ପାଖରେ ହିଁ ଥିଲା । ଅନେକ ଖୋଜା ଖୋଜି ପରେ ମଧ୍ୟ ସେହି ମେମୋରୀ ଚିପକୁ ଉଦ୍ଧାର କରାଯାଇ ପାରି ନଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ