କଟକ/ଭୁବନେଶ୍ବର:ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ରିମାଣ୍ଡର ଆଜି ଚତୁର୍ଥ ଦିନ । ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାଲିଛି ଜୋରଦାର ତଦନ୍ତ । ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଆଜି ବିଭିନ୍ନ ଜିଲ୍ଲାର ହୋଇଥିବା କ୍ରାଇମ ସ୍ପଟକୁ ନେଇଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା କଟକ ସମେତ ଭୁବନେଶ୍ବରର ଦୟାଲ ଆଶ୍ରମ ଓ ଭଦ୍ରକ ଜିଲ୍ଲାର ପଳାଶପୁରଠାରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି କ୍ରାଇମର ରିକ୍ରିଏସନ କରିଛି ।
ରାଜଧାନୀର ଦୟାଲ ଆଶ୍ରମରେ କିଭଳି ହତ୍ୟା କରାଯାଇଥିଲା ? ଅପହରଣ ଠାରୁ ମୃତଦେହ ପୋତିବା ପର୍ଯନ୍ତ । ଶର୍ମିଷ୍ଠା ଓ ତାଙ୍କ ଟିମ କେମିତି ଘଟାଇଥିଲେ ହତ୍ୟାର କାରାନାମା ? ଆଶ୍ରମର କେଉଁ ରୁମରେ ତାକୁ ବନ୍ଦ କରି ବାନ୍ଧି ରଖିଥିଲେ ? କିଏ କିଏ ମାଡ ମାରି ତାକୁ କିପରି କାର ଯୋଗେ ନୟାଗଡ ରଣପୁର ନେଇଥିଲେ ? ଆଶ୍ରମରେ କଣ ସବୁ ପ୍ରମାଣ ଲୁଚାଇଥିଲେ ? ସେସବୁକୁ ଦେଖାଇବା ସହ ହତ୍ୟାର ପୁରା କାହାଣି ବଖାଣିଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମଷ୍ଠା ରାଉତ ।
ସିନ ରିକ୍ରିଏସନ ବେଳେ କେମିତି ମାନସ ଛଟପଟ ହେଉଥିଲା ? କିପରି ଶର୍ମିଷ୍ଠାର ଟିମ ତାକୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ କି କି ପ୍ଲାନ ରଚିଥିଲେ ? ସେସବୁର ଟିକନିକ ତଥ୍ୟ କ୍ରାଇମବ୍ରାଞ୍ଚ ଆଗରେ ଖୁଲାସା କରିଛି ଶର୍ମିଷ୍ଠା । ଏନେଇ କ୍ରାଇମବ୍ରାଞ୍ଚର ତିନୋଟି ଟିମ ଘଟଣା ସ୍ଥଳରେ ପୁରା ସିନର ଭିଡିଓ ରେକର୍ଡ଼ କରିଛନ୍ତି । ତେବେ ଆଶ୍ରମ ବାହାରେ କିଛି ପ୍ରମାଣ ଫୋପାଡିଥିବା ମଧ୍ୟ ଦେଖାଇଛନ୍ତି ଶର୍ମିଷ୍ଠା ।