ଓଡିଶା

odisha

Manas Murder Case: ସତ ଓଗାଳିଲା ଅଭିଯୁକ୍ତ, ଚଣ୍ଡିଖୋଲରୁ ମିଳିଲା ହତ୍ୟାର ପ୍ରମାଣ

By

Published : Mar 31, 2022, 12:10 PM IST

Updated : Mar 31, 2022, 2:06 PM IST

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ । କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ରଞ୍ଜନ ନାୟକ ସତ ସ୍ବିକାର କରିବା ସହ ହତ୍ୟାରେ ବ୍ୟବହାର କରାଯାଇଥିବା ଜିନିଷ ଜବତ କରିଛି କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

Manas Murder Case: ସତ ଓଗାଳିଲା ରଞ୍ଜନ, ଚଣ୍ଡିଖୋଲରୁ ମିଳିଲା ହତ୍ୟାରେ ବ୍ୟବହୃତ ସାମଗ୍ରୀ
Manas Murder Case: ସତ ଓଗାଳିଲା ରଞ୍ଜନ, ଚଣ୍ଡିଖୋଲରୁ ମିଳିଲା ହତ୍ୟାରେ ବ୍ୟବହୃତ ସାମଗ୍ରୀ

କଟକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ଧିରେ ଧିରେ ଫିଟୁଛି ଗୁମର । ସମସ୍ତ ଅଭିଯୁକ୍ତଙ୍କୁ ଧରି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଫେରିଲା ତଦନ୍ତକାରୀ ଟିମ୍ । ଭଦ୍ରକରୁ କିଡନାପ କରି ଆଶ୍ରମରେ ହତ୍ୟା ଏବଂ ରଣପୁରରେ ଶବକୁ ପଡିବା ସହ ଚଣ୍ଡିଖୋଲରେ ପ୍ରମାଣ ନଷ୍ଟ କରିଥିଲେ ଅଭିଯୁକ୍ତ । ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ନିରଂଜନ ସେଠୀ ଏବଂ ରଞ୍ଜନ ନାୟକଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ । ରିମାଣ୍ଡ ଅବଧିର ଆଜି ତୃତୀୟ ଦିନରେ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ଅନେକ ତଥ୍ୟ ହାସଲ କରିଛି ତଦନ୍ତକାରୀ ଟିମ ।

Manas Murder Case: ସତ ଓଗାଳିଲା ରଞ୍ଜନ, ଚଣ୍ଡିଖୋଲରୁ ମିଳିଲା ହତ୍ୟାରେ ବ୍ୟବହୃତ ସାମଗ୍ରୀ

ପଚରାଉଚରା ସମୟରେ ମୃତକ ମାନସ ସ୍ୱାଇଁଙ୍କୁ ଚାନ୍ଦବାଲିରୁ ଏକ କାର ଯୋଗେ କିଡନାପ କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ ରଞ୍ଜନ ନାୟକ। କାରରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ, ଝୁନା ଭୋଇ, ଭାଗିଧର ନାୟକ, ନିଲୁ ମଧ୍ୟ ରହିଥିଲେ ବୋଲି ସ୍ୱୀକାର କରିଛି । ସେଠାରୁ ଆଶ୍ରମକୁ ନେଇ ଅତି ନିର୍ମମ ଭାବରେ ଆକ୍ରମଣ କରିଥିଲେ । ନିରଂଜନ ସେଠୀ ମଧ୍ୟ ଆଶ୍ରମରେ ମୃତ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ମାନସଙ୍କ ମୃତ୍ୟୁ ଘଟିଥିଲା । ଏବଂ ମୃତ୍ୟୁ ପରେ ସେମାନେ ମୃତଦେହକୁ ଶର୍ମିଷ୍ଠା ରାଉତଙ୍କ କାରରେ ରଣପୁରକୁ ନେଇଯାଇଥିଲେ।

Manas Murder Case: ସତ ଓଗାଳିଲା ରଞ୍ଜନ, ଚଣ୍ଡିଖୋଲରୁ ମିଳିଲା ହତ୍ୟାରେ ବ୍ୟବହୃତ ସାମଗ୍ରୀ

ଏହା ମଧ୍ୟ ପଢନ୍ତୁ: Cameraman Murder Case: ଗିରଫଦାରୀ ଏଡ଼ାଇବା ପାଇଁ ବାରମ୍ବାର ସ୍ଥାନ ବଦଳାଉ ଥିଲେ ଶର୍ମିଷ୍ଠା

Manas Murder Case: ସତ ଓଗାଳିଲା ରଞ୍ଜନ, ଚଣ୍ଡିଖୋଲରୁ ମିଳିଲା ହତ୍ୟାରେ ବ୍ୟବହୃତ ସାମଗ୍ରୀ

ଚଣ୍ଡିଖୋଲର ପ୍ରାୟ ଦୁଇ କିଲୋମିଟର ଦୂରରେ ଥୁବା ଦୟିତାରି- ପାରାଦୀପ ଏକ୍ସପ୍ରେସ ରାସ୍ତାରେ ଏକ ନିଛାଟିଆ ସ୍ଥାନକୁ ଯାଇଥିଲେ । ସେଠାରେ ସେମାନେ ଗୋଟିଏ ମୋବାଇଲ୍ ,ଇୟର ଫୋନ୍, ମୃତକ ମାନସର ଚପଲ ଆଦି ହତ୍ୟାରେ ବ୍ୟବହୃତ ସାମଗ୍ରୀ ଗୁଡିକକୁ ପୋଡି ଦେଇଥିଲେ । ଅଭିଯୁକ୍ତ ରଞ୍ଜନଙ୍କ ବିବୃତ୍ତି ଉପରେ ଆଧାର କରି, ତଦନ୍ତକାରୀ ଟିମ, ସାଇଣ୍ଟିଫିକ ଟିମ ଆଜି ସକାଳେ ଉକ୍ତ ସ୍ଥାନକୁ ଯାଇଥିଲେ । ଘଟଣାସ୍ଥଳରୁ ମାନସଙ୍କ ଏକ ଅର୍ଦ୍ଧ ଜଳିଯାଇଥିବା ମୋବାଇଲ୍ ଫୋନ, ଇଅର ଫୋନ୍, ଅଧା ପୋଡିଯାଇଥିବା ଚପଲ,ହତ୍ୟାରେ ବ୍ୟବହୃତ ସାମଗ୍ରୀ,ଅଧା ପୋଡା ଅଖା,ଶାଢ଼ୀ ଆଦି ଘଟଣା ସ୍ଥଳରୁ ଜବତ କରାଯାଇଛି। ତେବେ ଏସବୁ ସାମଗ୍ରୀ ଘଟଣାସ୍ଥଳ ରୁ ଜବତ କରି କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ କରୁଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 31, 2022, 2:06 PM IST

ABOUT THE AUTHOR

...view details