ଓଡିଶା

odisha

ETV Bharat / city

ଲୋକମାନ୍ୟ ତିଲକ ଟ୍ରେନ ଦୁର୍ଘଟଣା; ଡ୍ରାଇଭରଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ

କଟକ ଟ୍ରେନ ଦୁର୍ଘଟଣାରେ ଟ୍ରେନ ଡ୍ରାଇଭର(ଲୋକପାଇଲଟ)ଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଦୁର୍ଘଟଣା ପରେ ଲୋକପାଇଲଟଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ତେବେ ଲୋକପାଇଲଟ ଜଣଙ୍କ ମଦ୍ୟପାନ କରିଥିବା ଅଭିଯୋଗ ହେଉଛି ।

By

Published : Jan 16, 2020, 12:31 PM IST

train accident
ଲୋକମାନ୍ୟ ତିଲକ ଟ୍ରେନ ଦୁର୍ଘଟଣା; ଡ୍ରାଇଭରଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ

କଟକ: ଟ୍ରେନ ଦୁର୍ଘଟଣାର କାରଣ କଣ ? କାହିଁକି ଯାତ୍ରିବାହୀ ଟ୍ରେନଟି ମାଲବାହୀ ଟ୍ରେନର ପଛ ପଟୁ ଧକ୍କା ଦେଲା ? ଏହା ମନୁଷ୍ୟ କୃତ ତ୍ରୁଟି ନାଁ ଯାନ୍ତ୍ରିକ ତ୍ରୁଟି ? ଏସବୁ ତଦନ୍ତ ହେଲା ପରେ ପ୍ରକୃତ କଥା ତ ଜଣା ପଡିବ। ହେଲେ ଏବେ ଟ୍ରେନ ଡ୍ରାଇଭର(ଲୋକପାଇଲଟ)ଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଲୋକପାଇଲଟ ଜଣକ ମଦ୍ୟପାନ କରି ଟ୍ରେନ ଚଳାଉଥିଲେ ବୋଲି ଅଭିଯୋଗ ହେଉଛି ।

ଲୋକମାନ୍ୟ ତିଲକ ଟ୍ରେନ ଦୁର୍ଘଟଣା; ଡ୍ରାଇଭରଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ

ପୂର୍ବ ଷ୍ଟେସନରେ ସିଗନାଲ ମିଳିଥିଲେ ବି ଲୋକପାଇଲଟ ଜଣକ ଦେଖି ପାରି ନଥିଲେ ! ଫଳରେ ଉକ୍ତ ସମାନ ଲାଇନରେ ଥିବା ମାଲବାହୀ ଟ୍ରେନର ପଛ ପଟରୁ ଧକ୍କା ଦେଇଥିଲେ। ସେପଟେ ସମ୍ପୃକ୍ତ ଡ୍ରାଇଭର ଜଣଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି। ଦୁର୍ଘଟଣା ପରେ ରେଲୱେ ବିଭାଗର ଡାକ୍ତର ଟିମ ପହଞ୍ଚି ସମ୍ପୃକ୍ତ ଡ୍ରାଇଭରଙ୍କର ରକ୍ତ ନମୁନା ସଂଗ୍ରହ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details