ଓଡିଶା

odisha

ତାଲାବନ୍ଦ କଟକଣା ଉଲ୍ଲଂଘନ; 24 ଘଣ୍ଟାରେ ୧୨ ମାମଲା ରୁଜୁ

By

Published : Jun 14, 2020, 8:33 PM IST

ତାଲାବନ୍ଦ ନିୟମକୁ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୫୫୬ଟି ମାମଲା ରୁଜୁ କରାଯାଇଛି । ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

lockdown violation case in cuttack
ତାଲାବନ୍ଦ କଟକଣା ଉଲ୍ଲଂଘନ; 24 ଘଣ୍ଟାରେ ୧୨ ମାମଲା ରୁଜୁ

କଟକ: ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୫୫୬ଟି ମାମଲା ରୁଜୁ କରାଯାଇଛି । ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ସକାଳୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୧୨ଟି ମାମଲା ରୁଜୁ କରାଯାଇଛି । ଏହି ୧୨ ଟି ମାମଲା ମଧ୍ୟରୁ ୧୦ ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବାବେଳେ ୨ ଟି ମାମଲା ହୋମକ୍ବାରେଣ୍ଟାଇନ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details