କଟକ:ତାଲାବନ୍ଦ ନିୟମକୁ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୫୪୪ଟି ମାମଲା ରୁଜ୍ଜୁ କରାଯାଇଛି । ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ତାଲାବନ୍ଦ କଟକଣା ଉଲ୍ଲଂଘନ; 24 ଘଣ୍ଟାରେ ୭ ମାମଲା ରୁଜ୍ଜୁ - ତାଲାବନ୍ଦ କଟକଣା ଉଲ୍ଲଂଘନ
ତାଲାବନ୍ଦ ନିୟମକୁ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୫୪୪ଟି ମାମଲା ରୁଜୁ କରାଯାଇଛି । ଅଧିକ ପଢନ୍ତୁ...
ତାଲାବନ୍ଦ କଟକଣା ଉଲ୍ଲଂଘନ; 24 ଘଣ୍ଟାରେ ୭ ମାମଲା ରୁଜୁ
ଗତକାଲି ସକାଳୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୭ଟି ମାମଲା ରୁଜୁ କରାଯାଇଛି । ଏହି ସାତୋଟି ମାମଲା ମଧ୍ୟରୁ ଚାରୋଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବାବେଳେ ଗୋଟିଏ ମାମଲା ହୋମକ୍ବାରେଣ୍ଟାଇନ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଛି ।
ସେହିପରି ୨ ଟି ମାମଲା ଅନ୍ୟାନ୍ୟ ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ