କଟକ: ତାଲାବନ୍ଦ ନିୟମକୁ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଏପର୍ଯ୍ୟନ୍ତ ମୋଟ ୬୩୬୭ ଟି ମାମଲା ରୁଜୁ କରାଯାଇଛି । ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଏୟାବତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ତାଲାବନ୍ଦ କଟକଣା ଉଲ୍ଲଂଘନ; 24 ଘଣ୍ଟାରେ ୧୮ ମାମଲା ରୁଜୁ - ତାଲାବନ୍ଦ କଟକଣା ଉଲ୍ଲଂଘନ
ତାଲାବନ୍ଦ ନିୟମକୁ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଏପର୍ଯ୍ୟନ୍ତ ମୋଟ ୬୩୬୭ ଟି ମାମଲା ରୁଜୁ କରାଯାଇଛି । ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...
ତାଲାବନ୍ଦ କଟକଣା ଉଲ୍ଲଂଘନ; 24 ଘଣ୍ଟାରେ ୧୮ ମାମଲା ରୁଜୁ
ସୋମହାର ସକାଳୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୧୮ ଟି ମାମଲା ରୁଜୁ କରାଯାଇଛି । ଏହି ୧୮ଟି ମାମଲା ମଧ୍ୟରୁ ୧୪ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବା ବେଳେ ଦୁଇଟି ମାମଲା ହୋମକ୍ବାରେଣ୍ଟାଇନ ଉଲଙ୍ଘନ ଅଭିଯୋଗରେ ରୁଜୁ କରାଯାଇଛି ।
ସେହିପରି ଗୋଟିଏ ମାମଲା ଗୁଜବ ସୃଷ୍ଟି କରିବା ଅଭିଯୋଗରେ ରୁଜୁ କରାଯାଇଛି । ତେବେ ଗୋଟିଏ ମାମଲା ଅନ୍ୟାନ୍ୟ ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ