ଓଡିଶା

odisha

ETV Bharat / city

ଲକଡାଉନ ଭୟ ନୁହେଁ ବରଂ ସମାଧାନ: ସିଏମସି କମିଶନର - ଲକଡାଉନ

ଆଜି ରାତି 9 ରୁ ଆରମ୍ଭ ହେବ ଲକ ଡାଉନ ପ୍ରକ୍ରିୟା । ଜୁଲାଇ 31 ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି ତାଲବନ୍ଦ ପ୍ରକ୍ରିୟା । ତେବେ କଟକ ସହର ମଧ୍ୟ ସମାନ ନିୟମ ବଳବତ୍ତର ରହିବ । ଲୋକ ମାନେ କଦାପି ଭୟ ନକରି ଲକ ଡାଉନକୁ ସଫଳ କରନ୍ତୁ ବୋଲି କହିଛନ୍ତି ସିଏମସି କମିଶନର । ଅଧିକ ପଢନ୍ତୁ..

ଲକଡାଉନ ଭୟ ନୁହେଁ ବରଂ ସମାଧାନ: ସିଏମସି କମିଶନର
ଲକଡାଉନ ଭୟ ନୁହେଁ ବରଂ ସମାଧାନ: ସିଏମସି କମିଶନର

By

Published : Jul 17, 2020, 5:54 PM IST

କଟକ: ଆଜି ରାତି 9 ରୁ ଆରମ୍ଭ ହେବ ଲକ ଡାଉନ ପ୍ରକ୍ରିୟା । ସେଥିପାଇଁ ଗତକାଲିଠୁ ସ୍ପଷ୍ଟ କରିସାରିଛନ୍ତି ମୁଖ୍ୟ ଶାସନ ସଚିବ । ଜୁଲାଇ 31 ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି ତାଲବନ୍ଦ ପ୍ରକ୍ରିୟା । ତେବେ କଟକ ସହର ମଧ୍ୟ ସମାନ ନିୟମ ବଳବତ୍ତର ରହିବ । ଲୋକ ମାନେ କଦାପି ଭୟ ନକରି ଲକ ଡାଉନକୁ ସଫଳ କରନ୍ତୁ ବୋଲି କହିଛନ୍ତି ସିଏମସି କମିଶନର ।

ଲକଡାଉନ ଭୟ ନୁହେଁ ବରଂ ସମାଧାନ: ସିଏମସି କମିଶନର
ଯେଉଁ ସବୁ ଦୋକାନ ଗାଇଡ଼ ଲାଇନ ମଧ୍ୟରେ ରହି ଖୋଲିବ ସେଠାରେ ଗହଳି କରିବା ଆବଶ୍ୟକ ନାହିଁ । ଏହାଛଡା ଅନଲାଇନ ଓ ଫୋନ ଯୋଗେ ମଧ୍ୟ ଘରେ ବସି ଆପଣ ଅର୍ଡର କରିପାରିବେ । ତେବେ ଭୟ ନକରି କରନାକୁ ପ୍ରତିହତ କରିବାରେ ସମସ୍ତେ ଚେଷ୍ଟା କରିବା ବୋଲି କହିଛନ୍ତି କଟକ ସିଏମସି କମିଶନର ଅନନ୍ୟା ଦାସ ।ଏହାଛଡା ଏହି ସମୟରେ ଯେଉଁ ସବୁ କଣ୍ଟେନମେଣ୍ଟ ଜୋନ ରହିଛି ସେଠାକାର କଣ୍ଟାକ୍ଟ ଟ୍ରେସିଂ ଓ ସେହି ସ୍ଥାନର ତଦାରଖ ପ୍ରକ୍ରିୟାକୁ ତ୍ୱରିତ ଡ଼ଙ୍ଗରେ ସମ୍ପାଦନ କରିହେବ । ତେବେ ଚିନ୍ତା ନକରି ଘରେ ରହୁନ୍ତୁ ଓ ସୁସ୍ତ ରୁହନ୍ତୁ ବୋଲି କଟକିଆଙ୍କୁ ଆହ୍ୱାନ କରିଛନ୍ତି କମିଶନର ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details