କଟକ: କୋରୋନା କବଳରୁ ମୁକାବିଲା କରିବାକୁ ଗୋଟିଏ ପଟେ ଲକ ଡାଉନ । ଅନ୍ୟପଟେ, ଲକ ଡାଉନ ଯୋଗୁଁ ବାଜିରେ ଲାଗିଛି ଜୀବନ । ଆଜି ଏଭଳି ଏକ ଅଭବାନୀୟ ଘଟଣା ଘଟିଯାଇଛି କଟକ ଦରଘା ବଜାର ଥାନା ପୋଲିସ ଷ୍ଟେସନ ଅଞ୍ଚଳରେ । ଲକ ଡାଉନ ପାଇଁ ଗାଡି ମୋଟର ବନ୍ଦ ଥିବାବେଳେ, ଜଣେ ଗର୍ଭବତୀ ଯନ୍ତ୍ରଣା ସହ୍ୟ କରିନପାରି ରାସ୍ତା କଡରେ ଶିଶୁ କନ୍ୟାକୁ ଜନ୍ମ ଦେଇ ଜୀବନ ହାରିଛନ୍ତି ।
ସୈତାନି ବଗିଚା ଅଞ୍ଚଳରେ ଭଡା ରହିଥିବା ଏକ ଦିନ ମଜୁରିଆଙ୍କ ପତ୍ନୀ ଗର୍ଭଯନ୍ତ୍ରଣା ଅନୁଭବ କରିଥିଲେ । ହେଲେ ଲକ ଡାଉନ ଥିବାରୁ ସମସ୍ତ ଗାଡି ମୋଟର ବନ୍ଦ ରହିଥିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ମହିଳା ଜଣ ବାଟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ସେଠାରେ ପ୍ରାଣତ୍ୟାଗ କରିଥିଲେ ।