କଟକ: ଜଗତସିଂହପୁର କୁଜଙ୍ଗ ଅଞ୍ଚଳରେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଐତିହାସିକ ରାୟ ଦେଇଛନ୍ତି ହାଇକୋର୍ଟ । ପୀଡିତାଙ୍କୁ 5 ଲକ୍ଷ ଟଙ୍କା କ୍ଷତିପୂରଣ 7 ଦିନ ମଧ୍ୟରେ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପୀଡିତା ଜଣଙ୍କ ଗର୍ଭଧାରଣ କରିଥିବାରୁ ଝିଅ ଜନ୍ମହେଲେ 5 ଲକ୍ଷ ଓ ପୁଅ ଜନ୍ମହେଲେ 3 ଲକ୍ଷ ଟଙ୍କା ମଧ୍ୟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କୁଜଙ୍ଗର ଅବିବାହିତ ପୀଡିତା ଅନୈତିକ ଗର୍ଭଧାରଣ କରିବା ପରେ ତାର ଗରିବ ମାଆ ଗର୍ଭ ନଷ୍ଟ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ତେବେ ପୀଡିତା ଗର୍ଭଧାରଣକୁ 16 ସପ୍ତାହ ଅତିକ୍ରମ କରି ଯାଇଥିବାରୁ ଗର୍ଭ ନଷ୍ଟ ପାଇଁ ମନା କରିଥିଲେ ଡାକ୍ତରୀ ଟିମ। ତେଣୁ ସରକାରୀ ଖର୍ଚ୍ଚରେ ଶିଶୁ ପ୍ରସବ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ପୀଡିତାକୁ 7 ଦିନ ମଧ୍ୟରେ କ୍ଷତିପୂରଣ ଓ ପ୍ରସବର 10 ଦିନ ମଧ୍ୟରେ ପିଲାକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପ୍ରସବ ପର୍ଯ୍ୟନ୍ତ ଚିକିତ୍ସା ଓ ପ୍ରସବ ଦାୟିତ୍ବ ସରକାର ନେବେ ବୋଲି ହାଇକୋର୍ଟ କହିଛନ୍ତି । ଚିକିତ୍ସା ଓ ପ୍ରସବ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ଏସସିବିରେ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।