ଓଡିଶା

odisha

ପରମହଂସନାଥ ମନ୍ଦିରରେ ଜାଗର ପର୍ବ: ବ୍ୟାପକ ପ୍ରସ୍ତୁତି, ଭକ୍ତ ମାନିବେ କୋଭିଡ କଟକଣା

ପୁରାତନ ଶୈବପୀଠ ମଧ୍ୟରେ ପରମହଂସନାଥ ମନ୍ଦିର ଅନ୍ୟତମ । ରାଜା ପ୍ରତାପ ଚନ୍ଦ୍ର ଦେବଙ୍କ ଅମଳରେ ଏହା ନିର୍ମାଣ କରାଯାଇଥିବା କୁହାଯାଉଛି। ଏହାର ପରମ୍ପରା ବି ନିଆରା। ଏହି ମନ୍ଦିରର ଅନେକ କିମ୍ବଦନ୍ତୀ ରହିଛି। ବିଶ୍ୱାସ ରହିଛି ଏହି ମନ୍ଦିରରେ ଯାହା ମାନସିକ କରାଯାଏ,ତାହା ପୂରଣ ହୋଇଥାଏ।ତେବେ କଣ ରହିଛି ଐତିହ୍ୟ । କଣ ରହିଛି ପରମ୍ପରା । ଏଠାରେ କିପରି ଜାଗର ପାଳନ କରାଯାଏ ଜାଣନ୍ତୁ । ଅଧିକ ପଢନ୍ତୁ

By

Published : Feb 28, 2022, 8:31 PM IST

Published : Feb 28, 2022, 8:31 PM IST

ପରମହଂସନାଥ ମନ୍ଦିରରେ ଜାଗର ପର୍ବ:ବ୍ୟାପକ ପ୍ରସ୍ତୁତି,କୋଭଡି କଟକଣାରେ ଦର୍ଶନ କରିବେ ଭକ୍ତ
ପରମହଂସନାଥ ମନ୍ଦିରରେ ଜାଗର ପର୍ବ:ବ୍ୟାପକ ପ୍ରସ୍ତୁତି,କୋଭଡି କଟକଣାରେ ଦର୍ଶନ କରିବେ ଭକ୍ତ

କଟକ : ମହାନଦୀ ପ୍ରାଙ୍ଗଣରେ ହଜାର ବର୍ଷର ପୁରାତନ ଶିବ ମନ୍ଦିର ହେଉଛି ପରମହଂସ ନାଥ ମନ୍ଦିର। ପ୍ରାୟତଃ ରାଜା ପ୍ରତାପ ଚନ୍ଦ୍ର ଦେବଙ୍କ ଅମଳରେ ଏହା ନିର୍ମାଣ କରାଯାଇଥିଲା। କାହିଁ କେବେ ଠାରୁ ଏହା ପରମହଂସ ନାଥ ଶୈବ ପୀଠ ଭାବେ ଏହା ବେଶ ପରିଚିତ ।

ପରମହଂସନାଥ ମନ୍ଦିରରେ ଜାଗର ପର୍ବ:ବ୍ୟାପକ ପ୍ରସ୍ତୁତି,କୋଭଡି କଟକଣାରେ ଦର୍ଶନ କରିବେ ଭକ୍ତ

ହଜାର ବର୍ଷର ଏହି ମନ୍ଦିରରେ ପରମ୍ପରା ଆଉ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଦେବୋତ୍ତର ବିଭାଗ ଏହି ମନ୍ଦିର ପରିଚାଳନା କରୁଛନ୍ତି। ପରମ୍ପରା ଅନୁଯାୟୀ ପ୍ରତ୍ୟକ ଦିନ ସକାଳୁ ପହଡ଼ ଖୋଲିବା ପରେ ମନ୍ଦିରରେ ନୀତି କରାଯାଇଥାଏ। ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସକାଳ ବାଳ ଭୋଗ କରାଯାଇଥାଏ।

ଅପରାହ୍ନ ୧୨ ଟାରୁ ୧୨.୩୦ ରେ ମନ୍ଦିରର ସେବକମାନେ ପ୍ରସାଦ ଭୋଗ ଲାଗି କରି ଥାଆନ୍ତି। ଏହାର ଦୁଇ ଘଣ୍ଟା ପରେ ଖେଚଡି ଭୋଗ ଲାଗି କରାଯାଏ। ଅପରାହ୍ନ ୨ ଟାରୁ ୨ ଟା ୩୦ ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ପହଡ଼ ପଡେ । ଅପରାହ୍ନ ୪ ଟାରେ ପହଡ଼ ଖୋଲାଯାଇଥାଏ। ତେବେ ଏହି ପୁରାତନ ମନ୍ଦିରରେ ଅନେକ ଆଲୌକିକ ରହିଛି ।

ଏହି ମନ୍ଦିରର ଜଣେ ପୁରୋହିତ ମନ୍ଦିର ପୂଜା କରି ପ୍ରତ୍ୟକ ଦିନ ଘରକୁ ଫେରିବା ସମୟରେ ଉଖୁଡା଼ ଭୋଗ ନେଇ ଘରକୁ ଯାଇ ଥାଆନ୍ତି। ତାଙ୍କୁ ଚିଙ୍ଗୁଡ଼ି ମାଛ ପସନ୍ଦ ଥିବାରୁ ମନ୍ଦିରରୁ ଫେରିବା ବେଳେ ସେ ଦିନେ ବାଟରୁ ଚିଙ୍ଗୁଡ଼ି ମାଛ ନେଇଥିଲେ। ମାତ୍ର ଘରକୁ ଯାଇ ଦେଖିଲା ବେଳକୁ ଚିଙ୍ଗୁଡ଼ି, ଉଖୁଡା଼ ଭୋଗ ହୋଇଯାଇଥିଲା।

କେଵଳ ସେତିକି ନୁହେଁ ରାଜା ଦିନେ ଉଖୁଡା଼ ଭୋଗ ଖାଉଥିବା ସମୟରେ ଉଖୁଡା଼ରୁ ବାଳ ବାହାରିଥିଲା। ତେବେ ଏହା ପରମହଂସ ନାଥଙ୍କ ବାଳ ବୋଲି ପୁରୋହିତ କହିବାରୁ ରାଜା ଏହାର ଯାଞ୍ଚ କରିଥିଲେ। ପୁରୋହିତ କିଛି ବାଟ ନ ପାଇ ଭୟ ରେ 'ହେ ପ୍ରଭୁ ରକ୍ଷା କର କହିବାରୁ ' ପ୍ରଭୁ ପରମହଂସ ନାଥ ତାଙ୍କୁ ରକ୍ଷା କରିଥିଲେ। ସଙ୍ଗେ ସଙ୍ଗେ ପ୍ରଭୁଙ୍କର ମୁଣ୍ଡରେ ବାଳ ଉଠିଥିଲା।

ଏହାବି ପଢନ୍ତୁ :ଲିଙ୍ଗରାଜଙ୍କ ଜାଗର ଯାତ୍ରା: ରାତି ୧୦ରେ ଉଠିବ ମହାଦୀପ, ଭୋର ୫ଟା ଠାରୁ ସାଧାରଣ ଦର୍ଶନ

ରଜା ମଧ୍ୟ ଏହାକୁ ସନ୍ଦେହ କରି ବାଳଟିକୁ ଉପାଡିବାରୁ ସେଥିରୁ ରକ୍ତ ବାହାରି ଥିଲା ବୋଲି ବିଶ୍ୱାସ ରହିଛି। ବିଶ୍ୱାସ ରହିଛି ପ୍ରଭୁ ପରମହଂସ ନାଥଙ୍କ ପାଖରେ ଯାହା ମାନସିକ କରାଯାଏ । ତାହା ପୂରଣ ହୋଇଥାଏ ।

ବିଶେଷ କରି ଜାଗର ଦିନ ଏଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଥାଏ। ମାତ୍ର ଚଳିତ ବର୍ଷ କୋଭିଡ଼ କଟକଣା ମାନି ଭକ୍ତମାନେ ଦର୍ଶନ କରିପାରିବେ । ଯେଉଁ ଭକ୍ତମାନେ ଆସିବେ ଧାଡିରେ ରହି ଦର୍ଶନ କରିବେ ।

ଭିଡ଼ ଯେପରି ନ ହୁଏ, ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୋର ୩ ରୁ ମନ୍ଦିରର ପହଡ଼ ଖୋଲାଯାଏ । ଶ୍ରଦ୍ଧାଳୁ ଦର୍ଶନ କରିବା ପରେ ଭୋର ୫ଟାରେ ପୁଣି ମନ୍ଦିରର ପହଡ଼ ପଡେ । ନୀତିକାନ୍ତି ସରିବା ପରେ ସକାଳ ୭ ଟାରୁ ପହଡ଼ ଖୋଲାହୁଏ ।

ଠିକ୍ ମଧ୍ୟରାତ୍ର ୧୨ ଟାରୁ ପହଡ଼ ପଡ଼ି ରାତ୍ର ୧୨ ଟା ୩୦ରେ ପହଡ଼ ଖୋଲିଥାଏ। ଏହାପରେ ମନ୍ଦିରରେ ରୁଦ୍ରାଭିଷେକ କରାଯାଏ। ତେବେ ରାତ୍ର ୪ ଟାରେ ଏଠାରେ ମହାଦୀପ ଉଠିବାର ପରମ୍ପରା ରହିଛି। ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଭଜନ ସମାରୋହ, ମେଳା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details