କଟକ:ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି ।ଆକାଶରୁ ହେଉଛି ଅଗ୍ନିବର୍ଷା । ପ୍ରବଳ ତାତିରେ ସାରା ଓଡ଼ିଶା ସିଜୁଛି । ତେଣୁ ଘରୁ ପାଦ କାଢିବା ମାତ୍ରେ ସମସ୍ତଙ୍କୁ ଏବେ ଅଂଶୁଘାତ(heatstroke)ର ଭୟ ଘାରିଛି । କେତେବେଳେ ମଧ୍ୟ ଆପଣ ଅଂଶୁଘାତର ଶିକାର ହୋଇପାରନ୍ତି । ଏଭଳି ସ୍ଥିତିରେ ଆପଣଙ୍କୁ ଅଂଶୁଘାତ ହୋଇଛି ବୋଲି କିପରି ଜାଣିବେ ? ଏହାର ଲକ୍ଷଣ ଓ ନିରାକରଣ କ'ଣ ?
ଅଂଶୁଘାତ ଲକ୍ଷଣ:
ଯେତେବେଳେ ଆପଣ ଖରାରେ ବାହାରକୁ ଯାଉଛନ୍ତି କେଉଁ ମୁହୂର୍ତ୍ତରେ ବି ଅଂଶୁଘାତର ଶିକାର ହୋଇପାରନ୍ତି । ଯେତେବେଳେ ଆପଣଙ୍କ ମୁଣ୍ଡ ବୁଲାଇବ ଆପଣ ଜାଣିବେ ଯେ ଧୀରେ ଧୀରେ ଅଂଶୁଘାତର ଶିକାର ହେଲେ । ସେହିପରି ଆପଣଙ୍କ ଦେହ ହାତ ଝିମ୍ ଝିମ୍ ଲାଗିବ । ଯେତେବେଳେ ଆପଣଙ୍କୁ କ୍ଳାନ୍ତ ଆଉ ଖୁବ୍ ଦୁର୍ବଳ ଲାଗିବ ଆପଣଙ୍କର ଅଂଶୁଘାତ ହେଲା ବୋଲି ନିଶ୍ଚିତ ହେବେ ।