ଓଡିଶା

odisha

ETV Bharat / city

ବାଲିଯାତ୍ରା ଫୁଟାଇଲା କିନ୍ନରଙ୍କ ମୁହଁରେ ହସ - ଓରମାସ ପଛ ପାର୍ଶ୍ଵ

ଓରମାସ ପଛ ପାର୍ଶ୍ଵରେ କିନ୍ନର ଓ ଦିବ୍ୟାଙ୍ଗ୍ ଷ୍ଟଲରେ କିନ୍ନରଙ୍କର ବିଭିନ୍ନ ପ୍ରକାର ହାତ ତିଆରି ଜିନିଷ ବିକ୍ରି ହେଉଛି । ନିଜ ହାତ ତିଆରି ଜିନିଷ ବିକ୍ରି କରି ଏମାନେ ଲାଭବାନ ହେଉଛନ୍ତି ।

ବାଲିଯାତ୍ରା ଫୁଟାଇଲା କିନ୍ନରଙ୍କ ମୁହଁରେ ହସ

By

Published : Nov 21, 2019, 4:06 AM IST

କଟକ: ଆଉ କିଛି ଘଣ୍ଟା ପରେ ସମାପ୍ତ ହେବ ଚଳିତବର୍ଷ ବାଲିଯାତ୍ରା । ସେଥିପାଇଁ ଉଭୟ ବ୍ୟବସାୟୀ ଓ ଗ୍ରାହକ କିଣାବିକାରେ ମସଗୁଲ୍ । ତେବେ ଏହାରି ଭିତରେ କିନ୍ନର ମଧ୍ୟ ମାନି ନାହାନ୍ତି ହାର । ନିଜ ହାତ ତିଆରି ଜିନିଷ ବିକ୍ରି କରି ଏମାନେ ଲାଭବାନ ହେଉଛନ୍ତି ।

ଓରମାସ ପଛ ପାର୍ଶ୍ଵରେ କିନ୍ନର ଓ ଦିବ୍ୟାଙ୍ଗ୍ ଷ୍ଟଲରେ କିନ୍ନରଙ୍କର ବିଭିନ୍ନ ପ୍ରକାର ହାତ ତିଆରି ଜିନିଷ ବିକ୍ରି ହେଉଛି । ପାମ୍ପଡ, ହଳଦୀ ଗୁଣ୍ଡ, ଶୀତ ଵସ୍ତ୍ର, ମିଶ୍ଚର, ଚା, କଫି ଏଭଳି ବିଭିନ୍ନ ପ୍ରକାର ଔଷଧୀୟ ତେଲ ଏହି ଷ୍ଟଲରେ ବ୍ୟବସାୟ କରୁଛନ୍ତି ଏମାନେ ।

ବାଲିଯାତ୍ରା ଫୁଟାଇଲା କିନ୍ନରଙ୍କ ମୁହଁରେ ହସ

ତେବେ ମଙ୍ଗଳବାର ବାଲିଯାତ୍ରା ଶେଷ ହେଉଥିବାରୁ ବ୍ୟବସାୟ ଭଲ ରହିଛି । ଅନ୍ୟପଟେ ଏହି ସମସ୍ତ ଘର କରଣା ସାମଗ୍ରୀକୁ ସୁଲଭ ମୂଲ୍ୟରେ କିଣି ଗ୍ରାହକ ମଧ୍ୟ ନିଜର ଖୁସି ଜାହିର କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details