ଓଡିଶା

odisha

ETV Bharat / city

Mahanga Double Murder Case: ଶୀଘ୍ର ତଦନ୍ତ ରି‌ପୋର୍ଟ ଦାଖଲ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ - ମାହାଙ୍ଗା ଡବଲ ମର୍ଡର ମାମଲା

ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର JMFC ଅଦାଲତର ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । ତଦନ୍ତକାରୀ ଅଧିକାରୀ ଦାଖଲ କରିଥିବା ଆବେଦନକୁ ଅଦାଲତ ଖାରଜ କରିବା ସହ ଯଥାଶୀଘ୍ର ତଦନ୍ତ ସମ୍ପର୍କିତ ରି‌ପୋର୍ଟ ଦାଖଲ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Mahanga Double Murder Case:ତଦନ୍ତ ସମ୍ପର୍କୀତ ରି‌ପୋର୍ଟ ଦାଖଲ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ
Mahanga Double Murder Case:ତଦନ୍ତ ସମ୍ପର୍କୀତ ରି‌ପୋର୍ଟ ଦାଖଲ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ

By

Published : Jan 18, 2022, 7:53 AM IST

କଟକ:ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁରJMFC ଅଦାଲତ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଜେଲରେ ଥିବା ଦୁଇ ଅଭିଯୁକ୍ତ ଭିକାରି ସ୍ବାଇଁ ଓ କ୍ଷିତିଶ କୁମାର ଆଚାର୍ଯ୍ୟଙ୍କୁ ଜେରା ପାଇଁ ଅନୁମତି ଲୋଡି ମାହାଙ୍ଗା ଥାନା IIC ତଥା ତଦନ୍ତକାରୀ ଅଧିକାରୀ ଦାଖଲ କରିଥିବା ଆବେଦନକୁ ଅଦାଲତ ଖାରଜ କରିଛନ୍ତି। ଏହି ଦୁଇ ଅଭିଯୁକ୍ତଙ୍କ ବିରୋଧରେ ପ୍ରାଥମିକ ଚାର୍ଜସିଟ ପରେ ଏବେ ସାଲେପୁର ଅତିରିକ୍ତ ଦୌରା ଜଜ ଅଦାଲତରେ ମାମଲା ବିଚାରାଧୀନ ରହିଛି।

Mahanga Double Murder Case:ତଦନ୍ତ ସମ୍ପର୍କୀତ ରି‌ପୋର୍ଟ ଦାଖଲ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ

ଏଭଳି ପ୍ରସଙ୍ଗକୁ ବିଚାରକୁ ନେଇ JMFC ଅଦାଲତ ତଦନ୍ତକାରୀ ଅଧିକାରୀଙ୍କ ଆବେଦନକୁ ଖାରଜ କରିବା ସହିତ ଉପଯୁକ୍ତ ଅଦାଲତରେ ଆବେଦନ କରିବାକୁ କହିଛନ୍ତି। ଏଥି ସହିତ ଏତଲାକାରୀ ତଥା ରମାକାନ୍ତ ବରାଳଙ୍କ ଆବେଦନର ଅଦାଲତ ଶୁଣାଣି କରି ତ୍ବରିତ ତଦନ୍ତ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ CRPC ଧାରା ୧୭୩(୮)ରେ ଯଥା ଶ୍ରୀଘ୍ର ଅଧିକ ତଦନ୍ତ ସମ୍ପର୍କୀତ ରି‌ପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଏଥି ସହିତ ବରାଳଙ୍କ ଆବେଦନକୁ ଅଦାଲତ ଖାରଜ କରିଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ତଦନ୍ତକାରୀ ଅଧିକାରୀ ସିଡିଆର ସଂଗ୍ରହ କରିବା ପରେ ଏହାକୁ ଅଦାଲତରେ ଦାଖଲ କରି ନାହାନ୍ତି। ଫଳରେ ବୈଦ୍ୟୁତିକ ତଥ୍ୟ ପ୍ରମାଣ ନଷ୍ଟ ହେବାର ସମ୍ଭାବନା ରହିଛି ବୋଲି ବରାଳଙ୍କ ତରଫରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ସିଡିଆର ତଥ୍ୟରୁ ଅଭିଯୁକ୍ତ ଭିକାରି ସ୍ବାଇଁ ଓ କ୍ଷିତିଶ ଅଚାର୍ଯ୍ୟଙ୍କ ସହିତ ବାପି ବିଶ୍ବାଳ, ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ, ପ୍ରାଣ ହରାଇଥିବା ଅନ୍ୟତମ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କ ସହିତ ଫୋନରେ କଥାବର୍ତ୍ତା ନେଇ ସ୍ପଷ୍ଟ ହୋଇଛି ବୋଲି ଦର୍ଶାଇ ତଦନ୍ତକାରୀ ଅଧିକାରୀ ଅଦାଲତରେ ଆବେଦନ କରିଥିଲେ। ଏଭଳି ସ୍ଥିତିରେ ସା‌ଲେପୁର ସବ-ଜେଲରେ ଥିବା ଭିକାରୀ ସ୍ବାଇଁ ଓ କ୍ଷିତିଶ ଆଚାର୍ଯ୍ୟଙ୍କୁ ପଚରାଉଚୁରା ପାଇଁ ଆବଶ୍ୟକ ଅନୁମତି ପ୍ରଦାନ କରାଯାଉ ବୋଲି ତଦନ୍ତକାରୀ ଅଧିକାରୀ ଦଳ ଆବେଦନ କରିଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details