ଓଡିଶା

odisha

ETV Bharat / city

ଚାଉଳିଆଗଞ୍ଜରେ ବସ୍ତି ନିର୍ମାଣ ପ୍ରସଙ୍ଗ, ବିଧାୟକଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଆନ୍ଦୋଳନକାରୀ - ଚାଉଳିଆଗଞ୍ଜରେ ବସ୍ତି ନିର୍ମାଣ ପ୍ରସଙ୍ଗ

ଚାଉଳିଆଗଞ୍ଜରେ ବସ୍ତି ନିର୍ମାଣ ପ୍ରସଙ୍ଗ । ସ୍ଥାନୀୟ ବିଧାୟକଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଆନ୍ଦୋଳନକାରୀ । ଅଧିକ ପଢନ୍ତୁ...

issue of slum construction in Chauliaganj was dropped by protesters after the legislator promised
ଚାଉଳିଆଗଞ୍ଜରେ ବସ୍ତି ନିର୍ମାଣ ପ୍ରସଙ୍ଗ,ବିଧାୟକଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଆନ୍ଦୋଳନକାରୀ

By

Published : Jan 29, 2021, 7:16 PM IST

କଟକ: କଟକ ଓଏମପିରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ ନିଷ୍ପତିକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ଆଜି ତିବ୍ର ରୂପ ଧାରଣ କରିଥିଲା । ଗୁରୁବାର ଦିନ ପ୍ରଶାସନ ସହିତ ଆଲୋଚନା ବିଫଳ ହେବା ପରେ ନିଷ୍ପତି ପ୍ରତ୍ୟାହାର ଦାବିରେ ଶୁକ୍ରବାର ଦିନ ଚାଉଳିଆଗଞ୍ଜ ବନ୍ଦ ଡାକରା ଦେବା ସହ ହଜାର ହଜାର ଲୋକ କଟକ ପାରାଦୀପ ରାସ୍ତାକୁ ଅବରୋଧ କରିଥିଲେ । ତେବେ ସ୍ଥାନୀୟ ବିଧାୟକ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଆନ୍ଦୋଳନରୁ ଉଠିଥିଲେ ଲୋକେ । ହେଲେ କୌଣସି ପରିସ୍ଥିତିରେ ସେଠାରେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାକୁ ଦିଆଯିବ ନାହିଁ ବୋଲି ଚାଉଳିଆଗଞ୍ଚ ନାଗରିକ କମିଟି କହିଥିବା ବେଳେ କମିଟି ଠାରୁ ୪ ଦିନର ମହଲତ ନେଇଛି ଜିଲ୍ଳା ପ୍ରଶାସନ ।

ଚାଉଳିଆଗଞ୍ଜରେ ବସ୍ତି ନିର୍ମାଣ ପ୍ରସଙ୍ଗ,ବିଧାୟକଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଆନ୍ଦୋଳନକାରୀ

ଓଏମପି ଷଷ୍ଠ ବଟାଲିୟନର ସରକାରୀ କ୍ବାଟରକୁ ଭାଙ୍ଗି ସେଠାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ ନେଇ ପ୍ରଶାସନ ନିଷ୍ପତିକୁ ସ୍ଥାନୀୟ ବାସିନ୍ଦା ଆଜି (ଶୁକ୍ରବାର) ଯୋରଦାର ବିରୋଧ କରିଛନ୍ତି । ଚାଉଳିଆଗଞ୍ଜ ନାଗରିକ ସୁରକ୍ଷା କମିଟିର ଡ଼ାକରାରେ ଆଜି ପ୍ରାୟ ୩ ହାଜର ଲୋକ ଓଏମପି ଛକରେ କଟକ ପାରାଦୀପ ରାସ୍ତାକୁ ଦୁଇ ଘଣ୍ଟା ଧରି ଅବରୋଧ କରିଥିଲେ । ଶେଷରେ ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ସେଠାରେ ପହଁଚିଥିଲେ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଏନେଇ ପ୍ରଶାସନିକ ସ୍ତରରେ ଆଲୋଚନା ହେବ । ସେପର୍ଯ୍ୟନ୍ତ ପ୍ରସ୍ତାବିତ ସ୍ଥାନରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ କରାଯିବ ନାହିଁ ବୋଲି ଉଭୟ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧରୁ ଉଠିଥିଲେ ଆନ୍ଦୋଳନକାରୀ । ଏବେ ସାମୟିକ ଭାବେ ଆନ୍ଦୋଳନକୁ ସ୍ଥାଗିତ ରଖାଯାଉଛି। କିନ୍ତୁ ସେଠାରେ କୌଣସି ପରିସ୍ଥିତିରେ ବସ୍ତିବାସିନ୍ଦାମାନଙ୍କୁ ଥଇଥାନ କରିବାକୁ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛି ନାଗରିକ ସୁରକ୍ଷା କମିଟି ।

ତାଳଦଣ୍ଡା ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଏଥିପାଇଁ ଛତ୍ରବଜାର ଏବଂ ମାଲଗୋଦମ ଅଞ୍ଚଳ ପ୍ରାୟ ୪ଟି ବସ୍ତିର ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିବ । ତେବେ ବିସ୍ତାପିତ ହେବା ପୂର୍ବରୁ ସେହି ବସ୍ତି ବାସିନ୍ଦାଙ୍କୁ ଓଏମପି ଷଷ୍ଠ ବଟାଲିୟନର ସରକାରୀ କ୍ବାଟରକୁ ଭାଙ୍ଗି ସେଠାରେ ଘର ତିଆରି କରି ବସ୍ତିବାସିନ୍ଦାଙ୍କୁ ସେଠାରେ ଥଇଥାନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ପ୍ରଶାସନ । କିନ୍ତୁ ଏହା କରାଗଲେ ସେଠାରେ ଅନେକ ସମସ୍ୟା ସୃଷ୍ଟି ହେବ ବୋଲି କହି ସ୍ଥାନୀୟ ବାସିନ୍ଦା ଏହି ନିଷ୍ପତିକୁ ବିରୋଧ କରିଆସୁଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କୁ ବୁଝାସୁଝା କରିବା ପାଇଁ ଗତକାଲି (ଗୁରୁବାର) ଆରଡିସି ଏକ ବୈଠକ ଡ଼ାକିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ତେବେ ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏନେଇ ଏକ ଆଲୋଚନା ହେବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details