ଓଡିଶା

odisha

ETV Bharat / city

ବଦଳୁଛି ରେଭେନ୍ସା କଲିଜିଏଟ ସ୍କୁଲର ଚିତ୍ର - ପାଠାଗାର

ରେଭେନ୍ସା କଲିଜିଏଟ ସ୍କୁଲରେ ଆରମ୍ଭ ହେଲା ପାଠାଗାର ଓ ଲାବ୍ରୋଟୋରି । ଛାତ୍ରଛାତ୍ରୀ ପାଇବେ ଅତ୍ୟାଧୁନିକ ସୁବିଧା ସୁଯୋଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Sep 7, 2019, 12:19 AM IST

କଟକ: ବଦଳୁଛି ରେଭେନ୍ସା କଲିଜିଏଟ ସ୍କୁଲର ଚିତ୍ର । ହେଉଛି ବିକାଶ । 1822 ମସିହାରୁ ଆଜି ପର୍ଯ୍ୟନ୍ତ ସ୍କୁଲରେ ହୋଇଛି ବ୍ୟାପକ ଉନ୍ନତି । ତେବେ ସ୍କୁଲରେ ଏକ ପାଠାଗାର ଓ ଲାବ୍ରୋଟୋରି ଅଭାବ ଥିଲା । ତାହା ମଧ୍ୟ ଏବେ ପୂରଣ ହୋଇଛି । ଆଜି ପାଠାଗାର ଓ ଲାବ୍ରୋଟୋରି ମଧ୍ୟ ଉଦଘାଟନ ହୋଇଛି । ଯେଉଁଥିରେ ଛାତ୍ରଛାତ୍ରୀ ପାଇପାରିବେ ସମସ୍ତ ପ୍ରକାର ସୁବିଧା ସୁଯୋଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ମୋଟ 2 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ପ୍ରକଳ୍ପ । ଯାହାକୁ ଆଜି ଉଦଘାଟନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଦଘାଟନି ଉତ୍ସବରେ ଯୋଗଦେଇ ଧର୍ମେନ୍ଦ୍ର କହିଛନ୍ତି ଆଗାମୀ ଦିନରେ ସଂପୂର୍ଣ୍ଣ କଟକର ବିକାଶ କରାଯିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details