ଓଡିଶା

odisha

ETV Bharat / city

ସିଲଭର ସିଟିକୁ ଗ୍ରାସିଛି ଡେଙ୍ଗୁୂ, ୨୬ ନମ୍ବର ୱାର୍ଡରେ ୨୫ରୁ ଊର୍ଦ୍ଧ୍ବ ରୋଗୀ - ଆତଙ୍କିତ ସହରବାସୀ

ପୁଣି କଟକବାସୀଙ୍କ ନିଦ ହଜାଇଛି ଡେଙ୍ଗୁ। ୨୬ ନମ୍ବର ୱାର୍ଡରେ ୨୫ରୁ ଊର୍ଦ୍ଧ୍ବ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ସ୍ଥାନୀୟବାସିନ୍ଦା ସିଏମସିକୁ ଦାୟୀ କରିଛନ୍ତି । ସେପଟେ ଲୋକଙ୍କ ସଚେତନତାର ଅଭାବରୁ ରୋଗ ବ୍ୟାପୁଥିବା କହି ନିଜ ମୁଣ୍ଡରୁ ଦୋଷ ଛଡାଇ ଦେଇଛି ସିଏମସି । ନଜର ପକାନ୍ତୁ ETV BHARATର ଏହି EXCLUSIVE ରିପୋର୍ଟ ଉପରେ...

ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

By

Published : Nov 7, 2019, 6:40 PM IST

କଟକ: ମହାନଗର ନିଗମ ୨୬ ନମ୍ବର ୱାର୍ଡର କାଠଗଡା ଓ କୁମ୍ଭାର ସାହିରେ ଏବେ ଘରେ ଘରେ ଡେଙ୍ଗୁ ରୋଗୀ। ସ୍ଥିତି ଏତେ ସଙ୍ଗୀନ ଯେ, ଗୋଟିଏ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କୁ ଡେଙ୍ଗୁ ହୋଇଛି। ଅକ୍ଟୋବର ୨୨ରୁ କୁମ୍ଭାର ସାହି ଅଞ୍ଚଳରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବାପରେ ଏହା ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଅଞ୍ଚଳରେ ୨୫ରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରନ୍ତ ହୋଇଥିବା ଜଣାପଡିଛି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ସିଏମସି ଠିକ ଭାବରେ ସଫେଇ କରୁନଥିବାରୁ ଏଭଳି ପରିସ୍ଥିତି ଉପୁଜୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ତେବେ ଏନେଇ କଟକ ମହାନଗର ନିଗମକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେମାନେ କହିଛନ୍ତି । ରୋଗୀ ଚିହ୍ନଟ ପରେ ଅଞ୍ଚଳରେ ସଚେତନତା ସୃଷ୍ଟି କରିଛି ସିଏମସି । ମଶା ଦାଉରୁ ରକ୍ଷା ନିମନ୍ତେ ଦୈନିକ ଧୂଆଁ ଓ ମଶା ତେଲ ପ୍ରୟୋଗ କରାଯାଉଛି । ଆଙ୍ଗନବାଡି କର୍ମୀ, ଆଶା ଏନେଇ ଲୋକଙ୍କୁ ସଚେତନ କରାଉଛନ୍ତି ।

ଲୋକଙ୍କ ଘରୁ ହିଁ ଡେଙ୍ଗୁ ଲାର୍ଭା ସୃଷ୍ଟି ହେଉଥିବା ଜଣାପଡିଛି। ସଚେତନତା ଅଭାବରୁ ଡେଙ୍ଗୁ ବ୍ୟାପୁଥିବା କହି ନିଜ ଦୋଷ ଛଡାଇ ଦେଇଛି ସିଏମସି । ସହରରେ ରୋଗ ବ୍ୟାପୁଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଯଦିଓ ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଡେଙ୍ଗୁରୋଗୀଙ୍କ ସଂଖ୍ୟା କମିଛି, ତେବେ ଯେକୌଣସି ମୁହୂର୍ତ୍ତରେ ଏହା ବ୍ୟାପିବାର ସମ୍ଭାବନା ଅଛି। ଏନେଇ ସଚେତନ ନ ରହିଲେ ପରିସ୍ଥିତି ଭାୟବହ ହେବାର ଆଶଙ୍କା ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details