ଓଡିଶା

odisha

ETV Bharat / city

କୋରୋନା ନିୟନ୍ତ୍ରଣ ପାଇଁ ଜନ ପ୍ରତିନିଧିଙ୍କୁ ସାମିଲ କର: ମହମ୍ମଦ ମୋକିମ - କୋରୋନା ନିୟନ୍ତ୍ରଣ

କଟକରେ କୋରୋନା ବେକାବୁ ହୋଇଥିବା ଦେଖିବାକୁ ମିଳିଛି । କୋରୋନାକୁ କିଭଳି ନିୟନ୍ତ୍ରଣ କରାଯିବ? ବିଧାୟକଙ୍କ ଭୂମିକା କିପରି ରହୁଛି ସେନେଇ ତମାମ ପ୍ରସଙ୍ଗ ଉପରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା । ଅଧିକ ପଢନ୍ତୁ...

କୋରୋନା ନିୟନ୍ତ୍ରଣ ପାଇଁ ଜନ ପ୍ରତିନିଧିଙ୍କୁ ସାମିଲ କର: ମହମ୍ମଦ ମୋକିମ
କୋରୋନା ନିୟନ୍ତ୍ରଣ ପାଇଁ ଜନ ପ୍ରତିନିଧିଙ୍କୁ ସାମିଲ କର: ମହମ୍ମଦ ମୋକିମ

By

Published : Jul 24, 2020, 8:59 PM IST

କଟକ: ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥିତି ଏପରି ହୋଇଛି ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ପଜିଟିଭ କେସ ଚିହ୍ନଟ ହେଉଛି। କଟକରେ ବି କୋରୋନା ବେକାବୁ ହୋଇଥିବା ଦେଖିବାକୁ ମିଳିଛି। କୋରୋନା ନିୟନ୍ତ୍ରଣ ପାଇଁ ଲକଡାଉନ ସଟଡାଉନ ଭଳି କଟକଣା ଜାରି କରାଯାଉଥିଲାବେଳେ ସ୍ଥିତି ନିୟନ୍ତ୍ରଣ ହେଉନାହିଁ। ସେହିପରି କଟକଣା ଯୋଗୁଁ ଜୀବନଜୀବିକା ବି ପ୍ରଭାବିତ ହେଉଛି। ତେବେ ଏହାକୁ କିଭଳି ନିୟନ୍ତ୍ରଣ କରାଯିବ? ବିଧାୟକଙ୍କ ଭୂମିକା କିପରି ରହୁଛି ସେନେଇ ତମାମ ପ୍ରସଙ୍ଗ ଉପରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ।

କୋରୋନା ନିୟନ୍ତ୍ରଣ ପାଇଁ ଜନ ପ୍ରତିନିଧିଙ୍କୁ ସାମିଲ କର: ମହମ୍ମଦ ମୋକିମ

କୋରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ହେଉଥିଲାବେଳେ ଏହାକୁ ନିୟନ୍ତ୍ରଣ ପାଇଁ ଲୋକ ପ୍ରତିନିଧିମାନଙ୍କୁ ସାମିଲ କରାଯାଉନାହିଁ। ସରକାର ଜାଣି ଶୁଣି ଏଭଳି କରୁଛନ୍ତି ବୋଲି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ପ୍ରକାଶ କରିଛନ୍ତି । ବିଶେଷକରି କୋରୋନା ଚିକିତ୍ସା କାଳରେ କଣ କଣ ଟ୍ରିଟମେଣ୍ଟ କରାଯାଉଛି, କୋରୋନା ରିପୋର୍ଟ ଆଦି ରୋଗୀଙ୍କୁ ଦିଆଯାଉନାହିଁ । ଅନ୍ୟପକ୍ଷରେ କେତେ ଟଙ୍କା ଖର୍ଚ୍ଚ ହେଉଛି ସେନେଇ ସରକାର କୌଣସି ସ୍ପଷ୍ଟ କରୁନଥିବା ବିଧାୟକ ମୋକିମ କହିଛନ୍ତି। ଏପରିକି ମହାମାରୀ ଆଳରେ କୋଟି କୋଟି ଟଙ୍କା ହଡପ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଲକଡାଉନ ସଟଡାଉନ କରିବା ଫଳରେ କୋରୋନା ନିୟନ୍ତ୍ରଣ ହେଉନାହିଁ । ବରଂ ଅନେକ ଲୋକ ଜୀବିକା ହରାଉଛନ୍ତି। ହଜାର ହଜାର ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟୀ ଏହାଦ୍ବାରା ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି। ତେବେ ଏହି ନିୟମକୁ ପ୍ରତ୍ୟାହାର କରି ଲୋକମାନଙ୍କ ଇମ୍ୟୁନିଟି ବୃଦ୍ଧି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେବାକୁ ବିଧାୟକ ପରାମର୍ଶ ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details