ଓଡିଶା

odisha

ETV Bharat / city

କଟକରେ ମା' କାଳୀଙ୍କ ମେଲାଣି: ଶାନ୍ତିଶୃଙ୍ଖଳା ପାଇଁ ସହରବାସୀଙ୍କୁ ଧନ୍ୟବାଦ ଦେଲେ ସିପି

ଶେଷ ହେଲା କାଳୀପୂଜା । ୭୦ଟି ମଣ୍ଡପରେ ମା କାଳୀଙ୍କ ପୂଜା ପରେ ମା'ଙ୍କୁ ମେଲାଣି ଦିଆଯାଇଛି । ତେବେ ଆଜିର ଭସାଣ ଉତ୍ସବରେ ଦଶହରା ଭଳି ଚମକ ନଥିଲା । ଅଧିକ ପଢନ୍ତୁ...

By

Published : Nov 6, 2021, 6:54 PM IST

Updated : Nov 6, 2021, 7:08 PM IST

ଫିକା ପଡିଲା ପାର୍ବଣ; ନିରାଡ଼ମ୍ବର ଭାବେ ମାଙ୍କୁ ମେଲାଣୀ ଦେଲେ ସହରବାସୀ
ଫିକା ପଡିଲା ପାର୍ବଣ; ନିରାଡ଼ମ୍ବର ଭାବେ ମାଙ୍କୁ ମେଲାଣୀ ଦେଲେ ସହରବାସୀ

କଟକ:ଶେଷ ହେଲା କାଳୀପୂଜା । ୭୦ଟି ମଣ୍ଡପରେ ମା କାଳୀଙ୍କ ପୂଜା ପରେ ମା'ଙ୍କୁ ମେଲାଣି ଦିଆଯାଇଛି । ତେବେ ଆଜିର ଭସାଣ ଉତ୍ସବରେ ଦଶହରା ଭଳି ଚମକ ନଥିଲା । ନିରାଡ଼ମ୍ବର ଏବଂ ବିନା ଶୋଭାଯାତ୍ରାରେ ମା'ଙ୍କ ବିସର୍ଜନ କାର୍ଯ୍ୟ ଶେଷ ହୋଇଛି । ଗୋଟିଏ ମାତ୍ର ଘଣ୍ଟ ସହିତ ପୂଜା କମିଟି ଗୁଡ଼ିକ ନିଜ ନିଜର ମଣ୍ଡପର ମୃଣ୍ମୟୀ ମୂର୍ତ୍ତି ଗୁଡ଼ିକୁ ବିସର୍ଜିତ କରିଛନ୍ତି । କଟକ ସହରରେ 70ଟି ମଣ୍ଡପରେ ପୂଜା ପାଉଥିବା ମା' କାଳୀଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପରମ୍ପରା ମୁତାବକ ଦେବୀଗଡ଼ା ଠାରେ ବିସର୍ଜିତ କରାଯାଇଛି । ତେବେ କୋଭିଡ କଟକଣା ପାଇଁ ଦୁଇ ବର୍ଷ ହେଲା କଟକରେ ପାର୍ବଣ ଫିକା ପଡ଼ିଥିବାରୁ ଏହାକୁ ନେଇ ପୂଜା କମିଟି ଗୁଡ଼ିକ ମଧ୍ୟରେ କ୍ଷୋଭ ରହିଛି ।

କଟକରେ ମା' କାଳୀଙ୍କ ମେଲାଣି: ଶାନ୍ତିଶୃଙ୍ଖଳା ପାଇଁ ସହରବାସୀଙ୍କୁ ଧନ୍ୟବାଦ ଦେଲେ ସିପି

ହେଲେ ସଂକ୍ରମଣ ଭୟ ଯୋଗୁଁ ରାଜ୍ୟ ସରକାର ଜାରି କରିଥିବା ଗାଇଡ ଲାଇନକୁ ପାଳନ କରିଥିଲେ। ମା'କାଳୀଙ୍କ ଭସାଣ ବା ବିସର୍ଜନ ପାଇଁ କଟକ କାଠଯୋଡ଼ିର ଦେବୀ ଗଡ଼ା ଠାରେ ସ୍ବତନ୍ତ୍ର ଭାବେ ଦୁଇଟି କ୍ରୁତିମ ପୋଖରୀ ପ୍ରସ୍ତୁତ କରାଯାଇଥିଲା । ଅପେକ୍ଷାକୃତ କମ ମଣ୍ଡପରେ ମା'କାଳୀଙ୍କ ମୃର୍ତ୍ତୀ ପୂଜା କରାଯାଉଥିବାରୁ ମା'କାଳୀଙ୍କ ବିସର୍ଜନ ପାଇଁ ଦୁର୍ଗା ଭସାଣୀ ଭଳି କଡ଼ା କଟକଣା ଲଗାଇନଥିଲା ପୋଲିସ । କିନ୍ତୁ ପୂଜା କମିଟି ଗୁଡ଼ିକ ପୂର୍ବ ନିୟମ ମୁତାବକ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ନିଜ ନିଜର ମେଢକୁ ବିସର୍ଜନ ସ୍ଥଳକୁ ଆଣି ବିସର୍ଜିତ କରିଥିଲେ । ତେବେ ପୂଜା ସହ ଭସାଣ ଉତ୍ସବ ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ମୁତାବକ ସମ୍ପନ୍ନ କରିଥିବାରୁ ସହରବାସୀ ତଥା ମଣ୍ଡପ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ପୋଲିସ କମିଶନର ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 6, 2021, 7:08 PM IST

ABOUT THE AUTHOR

...view details