ଓଡିଶା

odisha

By

Published : Nov 9, 2020, 7:58 AM IST

ETV Bharat / city

ବେଆଇନ ବାଣ କାରଖାନାରେ ପୋଲିସର ଚଢାଉ, ୩ ଅଟକ

ବେଆଇନ ବାଣ କାରଖାନା ଉପରେ ପୋଲିସର ରେଡ଼। ବାଣ ତିଆରି କରିବା ଅଭିଯୋଗ ରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ...

ବେଆଇନ ବାଣ କାରଖାନା ଉପରେ ପୋଲିସ ଚଢାଉ, ୩ ଅଟକ
ବେଆଇନ ବାଣ କାରଖାନା ଉପରେ ପୋଲିସ ଚଢାଉ, ୩ ଅଟକ

କଟକ: ଦୀପାବଳି ପୂର୍ବରୁ ଆକ୍ସନ ମୋଡରେ ସିଲଭର ସିଟି ପୋଲିସ । କୋରୋନା କାଳରେ ବାଣ ଫୁଟାଇବାକୁ ବାରଣ କରାଯାଇଥିବା ବେଳେ ଘନଘନ ଚାଲିଛି ଚଢାଉ । ତେବେ କଟକ ଜଗତପୁର ଅଞ୍ଚଳରେ ଥିବା ବାଣ କାରଖାନାରେ ହୋଇଛି ଚଢାଉ ।

ବିପୁଳ ପରିମାଣର ବାଣ ଓ ବାଣ ତିଆରି ସରଞ୍ଜାମ ଜବତ କରିଛି ଜଗତପୁର ଥାନା ପୋଲିସ । ଏହାସହ ବେଆଇନ ଭାବରେ ବାଣ ତିଆରି କରିବା ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ ।

ତେବେ ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଦିନ ତଳେ ଖାନ ନଗରରେ ରେଡ଼ କରି ବିପୁଳ ପରିମାଣର ବାଣ ଜବତ କରିଛି ପୋଲିସ ।

ବେଆଇନ ବାଣ କାରଖାନା ଉପରେ ପୋଲିସ ଚଢାଉ, ୩ ଅଟକ

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details