ଓଡିଶା

odisha

ETV Bharat / city

ଆଇଆଇଏଫଏଲ ଫାଇନାନ୍ସ ସଂସ୍ଥା ଡକାୟତି ଘଟଣାରେ ବଢୁଛି ସସପେନ୍ସ

କଟକ ନୟାସଡ଼କ ଆଇଆଇଏଫଏଲ ଫାଇନାନ୍ସ ସଂସ୍ଥାରୁ ଡକାୟତି ଘଟଣାରେ ବଢୁଛି ସସପେନ୍ସ। ଦିନ ଦ୍ୱିପହରରେ ଜନଗହଳି ପୂର୍ଣ୍ଣ ସ୍ଥାନରୁ କିଭଳି କୋଟି କୋଟି ଟଙ୍କାର ଡକାୟତି ହେଲା ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଅଧିକ ପଢନ୍ତୁ...

By

Published : Nov 22, 2020, 10:59 PM IST

ଆଇଆଇଏଫଏଲ ଫାଇନାନ୍ସ ସଂସ୍ଥା ଡକାୟତି ଘଟଣାରେ ବଢୁଛି ସସପେନ୍ସ
ଆଇଆଇଏଫଏଲ ଫାଇନାନ୍ସ ସଂସ୍ଥା ଡକାୟତି ଘଟଣାରେ ବଢୁଛି ସସପେନ୍ସ

କଟକ: କଟକ ନୟାସଡ଼କ ଆଇଆଇଏଫଏଲ ଫାଇନାନ୍ସ ସଂସ୍ଥାରୁ ଡକାୟତି ଘଟଣାରେ ବଢୁଛି ସସପେନ୍ସ। ଦିନ ଦ୍ୱିପହରରେ ଜନଗହଳି ପୂର୍ଣ୍ଣ ସ୍ଥାନରୁ କିଭଳି କୋଟି କୋଟି ଟଙ୍କାର ଡକାୟତି ହେଲା ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

ଆଇଆଇଏଫଏଲ ଫାଇନାନ୍ସ ସଂସ୍ଥା ଡକାୟତି ଘଟଣାରେ ବଢୁଛି ସସପେନ୍ସ

ସଂସ୍ଥାରେ ସୁରକ୍ଷା ବ୍ୟବସ୍ଥା ସଠିକ ଭାବରେ ନଥିଲା। ଯେଉଁ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ ସେମାନଙ୍କ ପାଖରେ ବନ୍ଧୁକ ନଥିଲା। ଡକାୟତି ଦିନ ସିସିଟିଭି ଅଚଳ ହୋଇପଡିଥିଲା। ଆଲାରାମ ବି କାମ କରିନଥିଲା।କେବଳ ସେତିକି ନୁହେଁ ସଂସ୍ଥାର କିଛି କର୍ମଚାରୀଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ଏହାକୁ ଅସ୍ବିକାର କରିଛନ୍ତି ସଂସ୍ଥାର କର୍ତ୍ତୃପକ୍ଷ ।

ମାତ୍ର ୪-୫ ମିନିଟ ମଧ୍ୟରେ ୪ ଲୁଟେରା ୧୨ କୋଟି ଟଙ୍କାର ସୁନା ଓ ୪ ଲକ୍ଷ ୪୦ ହଜାର ଟଙ୍କାର ଟଙ୍କା ନେଇ ଯାଇଥିବା ସଂସ୍ଥାର କର୍ତ୍ତୃପକ୍ଷ କହିଛନ୍ତି।ତେବେ ଏଠାରେ ପ୍ରଶ୍ନ ଉଠୁଛି ଅତି କମ ସମୟ ମଧ୍ୟରେ ଲୁଟେରା ମାନେ କିପରି ଜାଣିଲେ ଲକର ସମ୍ବନ୍ଧରେ? ଆଉ ଅତି କମ ସମୟ ଅର୍ଥାତ ୪-୫ ମିନିଟ ମଧ୍ୟରେ ଏତେ ପରିମାଣର ଲୁଟି ନେବାର ସକ୍ଷମ ହେଲେ ?

ଲୁଟ ପରେ ଗ୍ରାହକ ମାନଙ୍କ ପାଇଁ ବଢିଛି ଅଡ଼ୁଆ। ଏହାଦ୍ୱାରା ବେଶି ପ୍ରଭାବିତ ହେବେ ଗ୍ରାହକ।କାରଣ ଲୁଟ ହୋଇଥିବା ସମସ୍ତ ସୁନା ଉଦ୍ଧାର ନହେଲେ ଗ୍ରାହକଙ୍କୁ ମିଳିବନାହିଁ ଉପଯୁକ୍ତ କ୍ଷତିପୂରଣ । ଜଣେ ଗ୍ରାହକ ବନ୍ଧକ ବଦଳରେ ଯେଉଁ ଆନୁମାନିକ ମୂଲ୍ୟ ନେଇଥାଆନ୍ତି । କେବଳ ସେତିକି ମୂଲ୍ୟ ଦିଆଯିବ।ସେହିପରି ଅନେକ ସଂସ୍ଥା ଗ୍ରାହକମାନଙ୍କୁ ହଇରାଣ ହକତ କରିଥାଆନ୍ତି। ଏଭଳି ସ୍ଥଳେ ଆପଣ ଆଇନର ସହାୟତା ନେଇପାରିବେ ବୋଲି ବରିଷ୍ଠ ଆଇନଜୀବୀ କହିଛନ୍ତି ।

କଟକ ସହରରେ ଏତେ ବଡ଼ ଲୁଟ ପ୍ରଥମଥର ପାଇଁ ହୋଇଥିବା ଜଣା ପଡ଼ିଛି। ଜାଣିଶୁଣି ଇନ୍ସୁରାନ୍ସ କ୍ଲେମ ପାଇଁ କିଛି ସଂସ୍ଥାମାନେ ଏପରି କରିଥାଆନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ପୋଲିସର ତଦନ୍ତ ରିପୋର୍ଟ ଆସିଲେ ପ୍ରକୃତ କଥା ଜଣାପଡିବ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details