ଓଡିଶା

odisha

By

Published : Oct 25, 2021, 2:16 PM IST

ETV Bharat / city

ବାଣ ବିକ୍ରି ମାମଲା, ହାଇକୋର୍ଟରେ ଆବେଦନ ଖାରଜ

ଦୀପାବଳିରେ ବାଣଫୁଟା ମାମଲା । ଅଲ ଓଡିଶା ଫାୟାର ୱାର୍କସ ଡିଲର୍ସ ଆସୋସିଏସନର ଆବେଦନକୁ ଅଗ୍ରାହ୍ୟ କଲେ ହାଇକୋର୍ଟ । ଅଧିକ ପଢନ୍ତୁ...

ବାଣ ବିକ୍ରି ମାମଲା: ଫାୟାର ୱାର୍କସ ଡିଲରସ ଆସୋସିଏସନର ଆବେଦନ ଖାରଜ
ବାଣ ବିକ୍ରି ମାମଲା: ଫାୟାର ୱାର୍କସ ଡିଲରସ ଆସୋସିଏସନର ଆବେଦନ ଖାରଜ

କଟକ:ହାଇକୋର୍ଟରେ ଦୀପାବଳୀ ବାଣଫୁଟା ଓ ବିକ୍ରି ମାମଲା । ଅଲ ଓଡିଶା ଫାୟାର ୱାର୍କସ ଡିଲର୍ସ ଆସୋସିଏସନର ଆବେଦନକୁ ଆଜି(ସୋମବାର) ଖାରଜ କରିଛନ୍ତି ହାଇକୋର୍ଟ । ଏହା ଏକ ରେଜିଷ୍ଟ୍ରିଭୁକ୍ତ ସଙ୍ଗଠନ ହୋଇ ନଥିବାରୁ ଆବେଦନ ଅଗ୍ରାହ୍ୟ ହୋଇଛି ।

ଆବେଦନକାରୀ ସାନି ଆବେଦନ କରିପାରିବେ । ଆବେଦନକାରୀଙ୍କୁ ସେହି ସ୍ବାଧୀନତା ଦିଆଯାଇଛି ବୋଲି କହିଛନ୍ତି ହାଇକୋର୍ଟ । ଦୀପାବଳିରେ ଗ୍ରୀନ କ୍ରାକର ବିକ୍ରି ଅନୁମତି ଦେବାକୁ ଏହି ଆବେଦନ ହୋଇଥିଲା । ସେପଟେ ରାଜ୍ୟ ସରକାର ଦୀପାବଳୀରେ ବାଣଫୁଟା ଓ ବିକ୍ରି ମାମଲା ଉପରେ ନିଷେଧାଦେଶ ଜାରି କରିଛନ୍ତି । ସେପ୍ଟେମ୍ବର ୩୦ରେ ଏନେଇ ଜାରି ହୋଇଥିଲା ସ୍ବତନ୍ତ୍ର ଗାଇଡ଼ ଲାଇନ । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ହୋଇଥିଲା ମାମଲା ।

ସେପଟେ ଦୀପାବଳିରେ ବାଣ ଫୁଟାଇବା ଆବଶ୍ୟକତା ନାହିଁ କି ବାଣରୁ ବାହାରୁଥିବା ଖରାପ ଗ୍ୟାସ ଯୋଗୁଁ ଅସୁସ୍ଥ ହେବାର ନାହିଁ । କେବଳ ଦୀପ ଜାଳି ପର୍ବ ପାଳନ କରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । କୋଭିଡ ଏକ ରୋଗ ଯାହା ଆରମ୍ଭରୁ ଲଙ୍ଗ୍ସ ବା ଫୁସଫୁସକୁ ସିଧାସଳଖ ଭାବରେ ପ୍ରଭାବ ପକାଇଥାଏ । ଦୀପାବଳିରେ ବାଣ ଫୁଟାଇଲେ ଏହା ଫୁସଫୁସ ଉପରେ ପ୍ରଭାବ ପକାଇବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details