କଟକ:ବୁଢା ଗଣେଶ ବିସର୍ଜନକୁ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି (High Court hearing on Budha Ganesh idol dissolution )। ଆସନ୍ତା ୧୮ ତାରିଖରେ ହେବାକୁ ଥିବା ବିସର୍ଜନ ତାରିଖ ପରିବର୍ତ୍ତେ ୨୫ ତାରିଖରେ ବିସର୍ଜନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କୋର୍ଟ କହିଛନ୍ତି।
ଗତ ସେପ୍ଟେମ୍ବର ୧୬, ୨୦୧୫ ତାରିଖରେ ଗଣେଶ ବିସର୍ଜନ ପାଇଁ କୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଯେଉଁଥିରେ ପୂଜା ପରବର୍ତ୍ତୀ କ୍ରମାଗତ ୩ ଟି ରବିବାରରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଅନୁମତି ମିଳିଥିଲା । ଶେଷ ରବିବାରରେ ବୁଢା ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ନିର୍ଦ୍ଦେଶ ରହିଥିଲା । ପ୍ରତ୍ୟକ ବର୍ଷ ପ୍ରତି ରବିବାରରେ ଗଣେଶ ବିସର୍ଜନ କରାଯାଉଥିଲା । ଚଳିତବର୍ଷ ତୃତୀୟ ରବିବାରରେ ବୁଢା ଗଣେଶ ବିସର୍ଜନ ହେବା କଥା ।