ଓଡିଶା

odisha

ETV Bharat / city

ଚିଲିକାରେ ବେଆଇନ ଚିଙ୍ଗୁଡି ଘେରି, ସପ୍ତାହେ ଭିତରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ପାଟ୍ରୋଲିଂ ସତ୍ତ୍ବେ ଚିଲିକାରେ ଉଚ୍ଛେଦ କରାଯାଇଥିବା ସ୍ଥାନରେ ପୁଣି ବେଆଇନ ଚିଙ୍ଗୁଡି ଘେରି ତିଆରି ହେବାକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ । ଘଟଣାର ତଦନ୍ତ କରି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ମିଳିଲା ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଚିଲିକାରେ ବେଆଇନ ଚିଙ୍ଗୁଡି ଘେରି, ରିପୋର୍ଟ ଦାଖଲ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଚିଲିକାରେ ବେଆଇନ ଚିଙ୍ଗୁଡି ଘେରି, ରିପୋର୍ଟ ଦାଖଲ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

By

Published : Aug 12, 2022, 8:55 AM IST

କଟକ:ବାରମ୍ବାର ଚିଙ୍ଗୁଡି ଘେରି ଉଚ୍ଛେଦ କରାଯାଉଥିବା ସ୍ଥାନରେ ପୁଣି ଘେରି ନିର୍ମାଣ କରାଯାଉଛି । ଯେଉଁମାନେ ଏନେଇ ଅଭିଯୋଗ କରୁଛନ୍ତି ସେମାନଙ୍କୁ କୃଷ୍ଣପ୍ରସାଦ ତହସିଲଦାର ଓ ଆରଆଇ ଧମକ ଦେଉଛନ୍ତି । ଆର୍ଦ୍ରଭୂମି ସୁରକ୍ଷା ମାମଲାର ଶୁଣାଣି ସମୟରେ ଆମିକସ୍ କ୍ୟୁରୀଙ୍କ ରିପୋର୍ଟରେ ଏଭଳି ତଥ୍ୟ ଉଲ୍ଲେଖ କରାଯାଇଥିଲା । ଏଥିସହିତ କୃଷ୍ଣପ୍ରସାଦ ତହସିଲର ପଟାନାସୀରେ ପୁଣି ଗଢି ଉଠିଥିବା ବେଆଇନ ଘେରି ସଂପର୍କିତ ଫଟୋ ଆମିକସକ୍ୟୁରୀ ଦାଖଲ କରିଥିଲେ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ଏ ସଂପର୍କିତ ମାମଲାର ଶୁଣାଣି କରି ପଟାନାସିରେ କେଉଁ ପରିସ୍ଥିତିରେ ପାଟ୍ରୋଲିଂ ସତ୍ତ୍ବେ ଚିଙ୍ଗୁଡି ଘେରି ପୁଣି ଗଢି ଉଠିଛି ସେନେଇ ତୁରନ୍ତ ତଦନ୍ତ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣାରେ ସ୍ଥାନୀୟ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ଭୂମିକାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ । ଘେରିକୁ ଉଚ୍ଛେଦ କରି ଏହି ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯିବ । ଏକ ସପ୍ତାହ ଭିତରେ ପୁରୀ ଜିଲ୍ଲାପାଳ ପଟାନାସିର ଉଚ୍ଛେଦ ପ୍ରକ୍ରିୟା ସଂପର୍କିତ ଭିଡିଓ ହାଇକୋର୍ଟରେ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ୧୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ, ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇକୋର୍ଟ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲେ । ଆମିକସ୍ କ୍ୟୁରୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।

ଇଟିଭି ଭାରତ, କଟକ

ABOUT THE AUTHOR

...view details