ଓଡିଶା

odisha

ETV Bharat / city

ଅଡୁଆରେ ପାଟଣାଗଡ ଫିଲ୍ମ, ସେନସର ବୋର୍ଡ ନେବ ନିଷ୍ପତ୍ତି

ପାଟଣାଗଡ ପାର୍ସଲ ବୋମା ଘଟଣାକୁ ନେଇ ନିର୍ମିତ ଚଳଚ୍ଚିତ୍ର ରିଲିଜ୍‌ ହେବ କି ନାହିଁ ସେନେଇ ଶେଷ ନିଷ୍ପତ୍ତି ନେବ ସେନସର ବୋର୍ଡ । ଆଜି ଏହି ମାମଲାରେ ଦାଏର ଯାଚିକାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

By

Published : Jun 21, 2019, 6:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ନିର୍ମିତ ଚଳଚ୍ଚିତ୍ର ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ସେନସର ବୋର୍ଡ ଏହା ଉପରେ ନିଷ୍ପତ୍ତି ନେବ ବୋଲି ହାଇକୋର୍ଟ ଦର୍ଶାଇଛନ୍ତି ।

ଏହି ଚଳଚ୍ଚିତ୍ର ନିର୍ମାଣ ଉପରେ ଆପତ୍ତି ଉଠାଇଥିବା ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପତ୍ନୀ ସୌଦାମିନୀ ମେହେରଙ୍କୁ କୋର୍ଟ ସେନସର ବୋର୍ଡ ନିକଟରେ ଆପତ୍ତି କରିବାକୁ କହିଛନ୍ତି । ଏହା ସହ ସେନସର ବୋର୍ଡ, ସୌଦାମିନୀଙ୍କୁ ଏହି ପ୍ରସଙ୍ଗରେ ପକ୍ଷ ରଖିବାକୁ ସୁଯୋଗ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସି.ଆର ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ତେବେ ଶୁଣାଣି ସମୟରେ ଚଳଚ୍ଚିତ୍ର ପ୍ରଯୋଜକ ଓ ଓଡିଶା ଫିଲ୍ମ ଡେଭଲ୍ପମେଣ୍ଟ କର୍ପୋରେସନ ନିଜର ପକ୍ଷ ରଖିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details