କଟକ:କୋରୋନାର ଦ୍ବିତୀୟ ଲହର ଯୋଗୁଁ ରାଜ୍ୟରେ ଲକଡାଉନ ଏବେ ଜାରି ରହିଛି । ଫଳରେ ପ୍ରତିଟି କ୍ଷେତ୍ରରେ ଏବେ କୋରୋନା କଟକଣା ଲାଗିଛି । ବ୍ୟବସାୟୀକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଦୋକାନ, ମଲ, ସଭା ସମାବେଶ ଉପରେ କଟକଣା ଲାଗିଛି । ଫଳରେ ଅନେକ ଲୋକ ନିଜର ଜୀବନ ଜୀବିକାକୁ ହରାଇ ଏବେ ଚିନ୍ତାରେ ଅଛନ୍ତି । ଏଥିରୁ ବର୍ତ୍ତି ପାରିନାହିଁ ରାଜ୍ୟରେ ଥିବା ଜିମ୍ ସେଣ୍ଟର ଗୁଡିକ । ରାଜ୍ୟରେ ଏବେ ଭୁଶୁଡିବାର ଲାଗିଲାଣି ଜିମ ବ୍ୟବସାୟ ।
କୋଭିଡର ପ୍ରଥମ ଲହରରେ ଯେତିକି କ୍ଷତି ହୋଇଥିଲା ଦ୍ବିତୀୟ ଲହରରେ ଏବେ ସୀମା ଲଙ୍ଘି ସାରିଛି । ଲକଡାଉନ ଓ ସଟଡାଉନ ଯୋଗୁଁ ଏବେ ଜିମ ବନ୍ଦ ରହିଛି । ଫଳରେ ଅନେକ ଟ୍ରେନର୍ସ ସେମାନଙ୍କ ରୋଜଗାର ହରାଇଛନ୍ତି ଓ ଶହ ଶହ ଗ୍ରାହକ ଏବେ ଅଭ୍ୟାସରୁ ବଞ୍ଚିତ ହୋଇଛନ୍ତି । ଗୋଟିଏ ପଟେ ସରକାର କୋଭିଡ ମୁକାବିଲା କରୁଥିଲା ବେଳେ ଏପଟେ ଅନେକ ଜୀବନ ଜୀବିକା ଏବେ ଠପ ହୋଇଛି ।