ଓଡିଶା

odisha

ETV Bharat / city

ଅପରାଧ ନେଟୱର୍କରେ ପୁଣି ମହିଳା ଲିଙ୍କ, ଗ୍ୟାଙ୍ଗଷ୍ଟାର ଆରିଫର ମା' ଗିରଫ

ସକିଲ ପରେ ଏବେ ଆରିଫ । ଚୌଦ୍ବାର ଜେଲରୁ ପୁଣି ଅପରାଧର ଷଡଯନ୍ତ୍ର । କଟକ ଅପରାଧ ନେଟଓ୍ବାର୍କରେ ପୁଣି ଆସିଲା ମହିଳାଙ୍କ ସମ୍ପୃକ୍ତି । ଜାଣନ୍ତୁ ପୁରା ଖବର...

ଅପରାଧୀ ଆରିଫର ମା' ଚଳାଉଥିଲା ଅପରାଧର ସାମ୍ରାଜ୍ୟ
ଅପରାଧୀ ଆରିଫର ମା' ଚଳାଉଥିଲା ଅପରାଧର ସାମ୍ରାଜ୍ୟ

By

Published : Jan 15, 2020, 8:09 PM IST

କଟକ: ସକିଲ ପରେ ଏବେ ଆରିଫ । ଚୌଦ୍ବାର ଜେଲରୁ ପୁଣି ଅପରାଧର ଷଡଯନ୍ତ୍ର । କଟକ ଅପରାଧ ନେଟଓ୍ବାର୍କରେ ପୁଣି ଆସିଲା ମହିଳାଙ୍କ ସମ୍ପୃକ୍ତି । କୁଖ୍ୟାତ ଅପରାଧୀ ଆରିଫର ମା’ ଜୋହରା ବିବି ଗିରଫ । ଜଗତପୁରରେ ବ୍ୟବସାୟୀଙ୍କୁ ଲୁଟ ଷଡଯନ୍ତ୍ରରେ ସାମିଲ ଥିଲେ ଜୋହରା ।

ଅପରାଧୀ ଆରିଫର ମା' ଚଳାଉଥିଲା ଅପରାଧର ସାମ୍ରାଜ୍ୟ

ଲୁଟ ଘଟଣାରେ ଜୋହରାଙ୍କ ସହ ଆରିଫର ଜଣେ ସହଯୋଗୀ ମଧ୍ୟ ଗିରଫ ହୋଇଛି। ଏଥିସହ ତାଙ୍କ ଠାରୁ ୨୦ହଜାର ନଅ ଶହ ୭୦ ଟଙ୍କା ଜବତ କରିବା ସହ ଜୋହରା ବିବିଙ୍କ ପାସପୋର୍ଟ ଜବତ କରିଛି ପୋଲିସ । ସୂଚନା ଅନୁସାରେ, ଡି-ବଦର୍ସ ଲିଙ୍କ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛି ଆରିଫ ।

ଅପରାଧୀ ଆରିଫର ମା' ଚଳାଉଥିଲା ଅପରାଧର ସାମ୍ରାଜ୍ୟ

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details