କଟକ: ଐତିହାସିକ ବାଲିଯାତ୍ରାକୁ ଆଉ ମାତ୍ର ଅଳ୍ପ ଦିନ । ପ୍ରସ୍ତୁତି ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବି ଏଥିପାଇଁ ତତ୍ପର । ଆଉ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟ ଭୂମିକାରେ ନଜର ଆସିବେ କମିଶନରେଟ ପୋଲିସ । ଉଭୟ ଉପର ଓ ତଳ ପଡିଆକୁ ସୁରକ୍ଷା ବଳୟ ମଧ୍ୟରେ ରଖିବ ପୋଲିସ । ମୁତୟନ ହେବେ 50 ପ୍ଲାଟୁନ ପୋଲିସ ଫୋର୍ସ । ଯାହାଦ୍ବାରା କୌଣସି ଅସୁବିଧାର ସମ୍ମୁଖୀନ ହେବେନି ଦର୍ଶକ ।
ଏହା ସହିତ ଟ୍ରାଫିକ ଓ ପାର୍କିଂ ଦିଗରେ ମଧ୍ୟ ଗୁରୁ ଦାୟିତ୍ବ ବହନ କରୁଛି କମିଶନରେଟ ପୋଲିସ । କାରଣ ବାଲିଯାତ୍ରାରେ ହଜାର ହଜାର ସଂଖ୍ୟକ ଦର୍ଶକ ଆସୁଥିବାରୁ ଭିଡ଼ ହେବା ସ୍ବାଭାବିକ । ସେଥିପାଇଁ ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ମଧ୍ୟ ସୂଚାର ରୂପେ ସମ୍ପାଦନ ହେବ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।