ଓଡିଶା

odisha

ETV Bharat / city

ଜାନୁଆରୀ 10ରୁ ମାଟ୍ରିକ ଫର୍ମ ପୂରଣ ଆରମ୍ଭ

By

Published : Jan 6, 2021, 10:10 AM IST

Updated : Jan 6, 2021, 10:37 AM IST

ଜାନୁଆରୀ 10ରୁ ମାଟ୍ରିକ ଫର୍ମ ପୂରଣ ଆରମ୍ଭ
ଜାନୁଆରୀ 10ରୁ ମାଟ୍ରିକ ଫର୍ମ ପୂରଣ ଆରମ୍ଭ

10:02 January 06

ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ

ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ

କଟକ:  ଆସନ୍ତା 8 ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ଆଜି ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଛି । ଆସନ୍ତା 10 ତାରିଖରୁ ମାଟ୍ରିକ ଫର୍ମ ପୂରଣ ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଫର୍ମ ପୂରଣର ସମସ୍ତ ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ହେବ ।  

ଆସନ୍ତା 10 ତାରିଖରୁ ଅନଲାଇନ ମାଧ୍ୟମରେ ଆରମ୍ଭ ହେବ ଫର୍ମ ପୂରଣ । ଜାନୁଆରୀ ୨୭ ଫି ଦାଖଲର ଶେଷ ତାରିଖ । ବିନା ଜୋରିମାନରେ ଫର୍ମ ପୂରଣର ଶେଷ ତାରିଖ ଜାନୁଆରୀ ୨୮ ।  ଜୋରିମାନା ସହ ଫର୍ମ ଦାଖଲର ଶେଷ ତାରିଖ ୨ ଫେବୃଆରୀ ।

ସୂଚନାଯୋଗ୍ୟ, ଜାନୁଆରୀ 8 ତାରିଖରୁ ରାଜ୍ୟରେ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ । ଉଭୟ କ୍ଲାସ ପାଇଁ 100 ଦିନ ପାଠପଢା ହେବ । ଶନିବାର ଓ ରବିବାର ସ୍କୁଲ ବନ୍ଦ ରହିବ ନାହିଁ । ଏହି ଦିନ ମଧ୍ୟ କ୍ଲାସ ଚାଲୁ ରହିବ । ଦଶମ ଶ୍ରେଣୀ ପିଲାଙ୍କ ଜାନୁଆରୀ 8 ରୁ ଏପ୍ରିଲ 26 ପାଠପଢା ହେବ । ଦ୍ବାଦଶ ପିଲାଙ୍କ ପାଇଁ ଜାନୁଆରୀ 8ରୁ ଏପ୍ରିଲ 28 ଯାଏଁ ପାଠପଢା ଚାଲୁ ରହିବ । 

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 6, 2021, 10:37 AM IST

ABOUT THE AUTHOR

...view details