ଓଡିଶା

odisha

By

Published : Nov 18, 2020, 12:35 PM IST

ETV Bharat / city

ଏସିବି ସଂଯୋଗୀକରଣ ପାଇଁ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ଏସିବି ସଂଯୋଗୀକରଣ ପାଇଁ ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା । ପ୍ରଥମେ ତାଳଦଣ୍ଡା କେନାଲ ରୋଡକୁ ପ୍ରଶସ୍ଥ କରିବା ପରେ ଏବେ ଛତ୍ରବଜାର ଓ ମାତୃଭବନ ରୋଡକୁ ନୂଆ ରୂପ ରେଖ ଦେବାରେ ବ୍ୟସ୍ତ ଜିଲ୍ଲାପ୍ରଶାସନ ଓ ସିଏମସି । ଅଧିକ ପଢନ୍ତୁ...

ଏସସିବି ମେଡିକାଲ ସଂଯୋଗୀକରଣ
ଏସସିବି ମେଡିକାଲ ସଂଯୋଗୀକରଣ

କଟକ: ଏସସିବି ମେଡିକାଲ ସଂଯୋଗୀକରଣ ପାଇଁ ବଦଳୁଛି କଟକ ସହରର ରୂପରେଖ । ପ୍ରଥମେ ତାଳଦଣ୍ଡା କେନାଲ ରୋଡକୁ ପ୍ରଶସ୍ଥ କରିବା ପରେ ଏବେ ଛତ୍ରବଜାର ଓ ମାତୃଭବନ ରୋଡକୁ ନୂଆ ରୂପ ରେଖ ଦେବାରେ ବ୍ୟସ୍ତ ଜିଲ୍ଲାପ୍ରଶାସନ ଓ ସିଏମସି । ଏନେଇ ଆଜି ଠାରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା ।

ଏସସିବି ମେଡିକାଲ ସଂଯୋଗୀକରଣ

ଗତ ମଙ୍ଗଳବାର ସମସ୍ତ ଜନସାଧାରଣଙ୍କୁ ମାଇକ ଯୋଗେ ପ୍ରଚାର ପରେ ଆଜି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଉଚ୍ଛେଦ ଘରକୁ ଥଇଥାନ ପାଇଁ ସ୍ଥାନ ନିରୂପଣ ହୋଇଛି । ଆଉ ଖୁବଶୀଘ୍ର ଉଚ୍ଛେଦ ସରିବ ଆଉ ରାସ୍ତା କାମ ଆରମ୍ଭ ହେବା ନେଇ ଚାଲିଛି ଯୋଜନା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details