ଓଡିଶା

odisha

By

Published : Jan 21, 2020, 8:53 PM IST

ETV Bharat / city

ରେଭେନ୍ସାରେ ଖାଦ୍ୟ ପସରା, ଚାଟ୍‌-ଚିକେନ ପକୋଡା ଷ୍ଟଲରେ ଜମୁଛି ଗହଳି

ରେଭେନ୍ସା ବିଶ୍ବବିଦ୍ୟାଳୟରେ ଖାଦ୍ୟର ପସରା । ଭଳକି ଭଳି ଖାଦ୍ୟ ପସରା ମେଲିଛି । ଯାହାକୁ ଆୟୋଜନ କରିଛନ୍ତି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

food court
ରେଭେନ୍ସାରେ ଆକର୍ଷଣ ସାଜିଛି ଖାଦ୍ୟମେଳା

କଟକ: କେବଳ ପାଠ ନୁହେଁ ପାଠପଢା ସହ ସହ ଆଉ କିଛି ଭିନ୍ନ କାମ କରି ଦେଖାଇବାକୁ ଚେଷ୍ଟା କରିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ। ଯାହା ଦେଖିବାକୁ ମିଳିଥିଲା ରେଭେନ୍ସା ଖାଦ୍ୟମେଳାରେ। ରେଭେନ୍ସା ଖେଳ ପଡ଼ିଆରେ ଲାଗିଥିବା ଖାଦ୍ୟମେଳାରେ ଛାତ୍ରଛାତ୍ରୀ ମାନେ ନିଜ ହାତରେ ବନାଇଥିଲେ ଭଳିକି ଭଳି ଖାଦ୍ୟ। ଆଉ ଗ୍ରାହକ ମଧ୍ୟ ସାଜିଥିଲେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ।

ରେଭେନ୍ସାରେ ଆକର୍ଷଣ ସାଜିଛି ଖାଦ୍ୟମେଳା

ଚିକେନ୍ ପକୋଡା, ମାଂସ ତରକାରୀ, ମାଛ, ଚକୁଳିପିଠା ,ଚାଟ, ଫ୍ରୁଟ ସାଲାଡ ଠାରୁ ଆରମ୍ଭ କରି ଆହୁରି କେତେ କଣ.....। ଏସବୁକୁ ପ୍ରସ୍ତୁତ କରାଯାଇ ଫୁଡ କୋର୍ଟରେ ବିକ୍ରି କରାଯାଉଛି। ଆଉ ଏହାକୁ ବିକ୍ରି କରୁଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ। କେବଳ ପାଠ ପଢା ନୁହେଁ, ଛାତ୍ରଛାତ୍ରୀ ମାନେ କିଛିଟା ଅଲଗା କରି ଦେଖାଇ ଦେବା ପାଇଁ ଏଭଳି ପ୍ରଚେଷ୍ଟା କରିଛନ୍ତି ସେମାନେ।

ଏହି ଖାଦ୍ୟମେଳାରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନେ ଖାଦ୍ୟ ସବୁର ନାମ ନିଜ ନିଜ ବିଭାଗ ସହ ସମ୍ପର୍କିତ ନାଁ ଉପରେ ରଖିଛନ୍ତି। ଯାହାକୁ ଆଦର କରିଛନ୍ତି ଏହାକୁ ଖାଉଥିବା ଛାତ୍ରଛାତ୍ରୀ। ବିଭିନ୍ନ ଖାଦ୍ୟ ଷ୍ଟଲ ଆଗରେ ବେଶ ଭିଡ ଜମିଥିବାର ଦେଖିବାକୁ ମିଳିଥିଲା। ଏଠାରେ ପ୍ରାୟ ୪୦ ଟି ଷ୍ଟଲ ଲଗାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଖାଦ୍ୟ ମେଳାକୁ ନେଇ ଢେର ଉତ୍ସାହ ଦେଖିବାକୁ ମିଳିଥିଲା।

ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଷ୍ଟଲରୁ ଷ୍ଟଲ ବୁଲି ବିଭିନ୍ନ ରକମର ଖାଦ୍ୟ ଖାଇବା ସହ ଏଭଳି ମେଳାକୁ ଅଧିକ ଦିନ ପର୍ଯ୍ୟନ୍ତ ଆୟୋଜନ କରାଗଲେ ଭଲ ହୁଅନ୍ତା ବୋଲି ଛାତ୍ରଛାତ୍ରୀ କହିଛନ୍ତି।ତେବେ ସେମାନେ ଏହି ମେଳାରୁ ଖୁବ ଉପଭୋଗ କରି ବିଭିନ୍ନ ସୁସ୍ବାଦୁ ଖାଦ୍ୟ ଖାଇଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ କୁଳପତି କହିଛନ୍ତି କ୍ରୀଡା ଉତ୍ସବ ଯେତିକି ଦିନ ଚାଲେ ସେତିକି ଦିନ ଏହି ଖାଦ୍ୟମେଳା ଚାଲେ।ଏହାଦ୍ବାରା ଛାତ୍ରଛାତ୍ରୀ ମାନେ ଅନେକ କିଛି ଶିଖି ଥାଆନ୍ତି। ବିଶେଷକରି ଆତ୍ମନିର୍ଭରଶୀଳ ତା ପାଇଁ ଏହା ପ୍ରେରଣା ଦେଇଥାଏ।ସେହିପରି କ୍ରୀଡା ସମୟରେ ଏହା ବେଶ ଆକର୍ଷଣୀୟ ମଧ୍ୟ ହୋଇଥାଏ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details