ଓଡିଶା

odisha

ETV Bharat / city

ମହାନଦୀରେ କମୁଛି ବନ୍ୟାଜଳ

ମହାନଦୀ ଓ କାଠଯୋଡ଼ିରେ କମୁଛି ବନ୍ୟାଜଳ । ମୁଣ୍ଡଳି ଦେଇ 8 ଲକ୍ଷ 88 ହଜାର 149 କ୍ୟୁସେକ୍ ଜଳ ପ୍ରବାହିତ । ଅଧିକ ପଢନ୍ତୁ

ମହାନଦୀରେ କମୁଛି ବନ୍ୟାଜଳ
ମହାନଦୀରେ କମୁଛି ବନ୍ୟାଜଳ

By

Published : Aug 20, 2022, 8:39 AM IST

କଟକ: କମୁଛି ମହାନଦୀ ଜଳସ୍ତର । ଉଭୟ ମହାନଦୀ ଓ କାଠଯୋଡ଼ିରେ ଜଳସ୍ତର ହ୍ରାସ ପାଉଛି । ବର୍ତ୍ତମାନ ଉଭୟ ନଦୀରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବନ୍ୟାଜଳ । ଆଜି ସକାଳ 6ଟା ସୁଦ୍ଧା ମୁଣ୍ଡଳି ଦେଇ ମହାନଦୀର 8 ଲକ୍ଷ 88 ହଜାର 149 କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଯୋବ୍ରା ଦେଇ 4 ଲକ୍ଷ 29 ହଜାର 423 କ୍ୟୁସେକ୍ ଜଳ ପାସ୍ କରୁଛି । ନରାଜ ବ୍ୟାରେଜ ଦେଇ 4 ଲକ୍ଷ 53 ହଜାର 740 କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ତେବେ ଉଭୟ ମହାନଦୀ ଓ କାଠଯୋଡ଼ିରେ ବନ୍ୟାଜଳ କମୁଥିବାରୁ ତଳିଆ ଅଞ୍ଚଳବାସୀଙ୍କୁ ଆଶ୍ବସ୍ତି ମିଳିଛି ।

ମହାନଦୀରେ କମୁଛି ବନ୍ୟାଜଳ

ମହାନଦୀ ଓ କାଠଯୋଡିରେ ବନ୍ୟାଜଳ ସ୍ତର ଆହୁରି କମିବ । କାରଣ ହୀରାକୁଦ ଗେଟ ପର୍ଯ୍ୟାୟ କ୍ରମେ ବନ୍ଦ କରାଯାଉଛି । ଆଜି ସକାଳ 6ଟା ସୁଦ୍ଧା ହୀରା 621.02 ଫୁଟ ରହିଛି । ହୀରାକୁଦ ଡ୍ୟାମକୁ 2 ଲକ୍ଷ 16 ହଜାର 613 କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିପରି 3 ଲକ୍ଷ 54 ହଜାର 649 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details