କଟକ: ବନ୍ୟା ବିପତ୍ତିରେ ହାଲ୍ ବେହାଲ ହେବାପରେ ତଳିଆ ଅଞ୍ଚଳବାସୀଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତି । ମୁଣ୍ଡୁଳୀରେ କମିବାରେ ଲାଗିଛି ମହାନଦୀର ବନ୍ୟାଜଳ ସ୍ତର(flood water level started declining) । ବୁଧବାର ରାତି ୯ଟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ 10 ଲକ୍ଷ 41 ହଜାର 911 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ସେହିଭଳି ନରାଜ ବ୍ୟାରେଜ ଦେଇ 5 ଲକ୍ଷ 1 ହଜାର 348 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।
ମୁଣ୍ଡୁଳୀରେ କମୁଛି ବନ୍ୟାଜଳ ସ୍ତର, ଟଳିନି ବିପଦ
ବୁଧବାର ରାତି ୯ଟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ 10 ଲକ୍ଷ 41 ହଜାର 911 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ସେହିପରି ଯୋବ୍ରା ବ୍ୟାରେଜ ଦେଇ 5 ଲକ୍ଷ 13 ହଜାର 549 କ୍ୟୁକେସ୍ ଜଳ ନିଷ୍କାସିତ ହେଉଛି । 12 ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ
ସେହିପରି ଯୋବ୍ରା ବ୍ୟାରେଜ ଦେଇ 5 ଲକ୍ଷ 13 ହଜାର 549 କ୍ୟୁକେସ୍ ଜଳ ନିଷ୍କାସିତ ହେଉଛି । ବନ୍ୟା ଯୋଗୁଁ ରାଜ୍ୟର ସ୍ଥିତି ବେହାଲ ରହିଛି । 12 ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ରାଜ୍ୟର 4 ଲକ୍ଷ 67 ହଜାର ଲୋକ ପ୍ରଭାବିତ ହୋଇଛନ୍ତି । 64 ବ୍ଲକର 1757 ଗ୍ରାମ ବନ୍ୟାରେ ଉବୁଟୁବୁ ହୋଇଛି । ତେବେ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନେଉଛି ପ୍ରଶାସନ । ବୁଧବାର ରାତିରେ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।
ବର୍ତ୍ତମାନ ରାଜ୍ୟରେ 4 ଜିଲ୍ଳାରେ ବନ୍ୟା ପିକ୍ରେ ରହିଛି । କେନ୍ଦ୍ରପଡ଼, ଜଗତସିଂହପୁର, କଟକ, ପୁରୀର ତଳିଆ ଅଞ୍ଚଳ ବନ୍ୟାରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ବୁଧବାର ରାତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ବୁଧବାର ସୁଦ୍ଧା 197 ଘଳିଆ ବନ୍ଦ କରାଯାଇଛି । ଆସନ୍ତାକାଲି ବର୍ଷା ନେଇ ସମସ୍ତ ଜିଲ୍ଳାପାଳଙ୍କୁ ସତର୍କ କରାଯାଇଛି । ସ୍ଥାନ୍ତାନ୍ତରଣ ପାଇଁ ଅଧିକ ଗୁରୁତ୍ଵ ଦେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି । ସ୍ଥାନାନ୍ତରିତ ଲୋକଙ୍କୁ ଠିକ୍ ଭାବେ ଖାଦ୍ୟପାନୀୟ ଦିଆଯାଉଛି । ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ପଲିଥିନ ଗଚ୍ଛିତ ଅଛି ।