କଟକ: ରାଜ୍ୟର ପ୍ରଥମ ମହିଳା ଭାବେ ଜଣେ ଡାକ୍ତରୀ ଛାତ୍ରୀ ପ୍ଲାଜମା ଦାନ କରିଛନ୍ତି। ଏନଡିଆରଏଫ, ଅଗ୍ନିଶମ ଓ ପୋଲିସ ବିଭାଗ କର୍ମଚାରୀ ଓ ଡାକ୍ତରଙ୍କ ପରେ କୋରୋନାରୁ ସୁସ୍ଥ ହୋଇଥିବା ଏହି ଡାକ୍ତରୀ ଛାତ୍ରୀ ପ୍ଲାଜମା ଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ରାଜ୍ୟରେ ପ୍ରଥମ ମହିଳା ଭାବେ ଏମବିବିଏସ ଛାତ୍ରୀଙ୍କ ପ୍ଲାଜମା ଦାନ - ଏନଡିଆରଏଫ
ଏନଡିଆରଏଫ, ଅଗ୍ନିଶମ ଓ ପୋଲିସ ବିଭାଗ କର୍ମଚାରୀ ଓ ଡାକ୍ତରଙ୍କ ପରେ କୋରୋନାରୁ ସୁସ୍ଥ ହୋଇଥିବା ଜଣେ ଡାକ୍ତରୀ ଛାତ୍ରୀ ପ୍ଲାଜମା ଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ରାଜ୍ୟରେ ପ୍ରଥମ ମହିଳା ଭାବେ ଏମବିବିଏସ ଛାତ୍ରୀଙ୍କ ପ୍ଲାଜମା ଦାନ
ଏହି ଛାତ୍ରୀ ଗତ ଜୁନ ୨୬ ତାରିଖରେ କୋରୋନା ସଂକ୍ରମଣରୁ ସୁସ୍ଥ ହୋଇଥିଲେ। ଏମବିବିଏସର ଶେଷବର୍ଷରେ ପଢ଼ୁଥିବା ବେଳେ ତାଙ୍କର ଶେଷ ବର୍ଷର ପରୀକ୍ଷା ସରିଛି। ସେ ଏସସିବି ପ୍ଲାଜମା ବ୍ୟାଙ୍କରେ ପହଞ୍ଚି ବୁଧବାର ପ୍ଲାଜମା ଦାନ କରିଥିବା ମେଡ଼ିକାଲ ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ