କଟକ: ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେରେ ଆସିଲା ଆଶ୍ବସ୍ତିକର ଖବର । କଟକରେ ପାଖାପାଖି 50 ପ୍ରତିଶତ ଲୋକଙ୍କ ପାଖରେ ବୃଦ୍ଧି ପାଇଛି ରୋଗ ପ୍ରତିଷେଧକ ଶକ୍ତି ବା ଆଣ୍ଟିବଡ଼ି । ହେଲେ ଆଣ୍ଟିବଡି ବୃଦ୍ଧି ପାଇଥିଲେ ହେଁ ଏବେବି ଟଳିନି ବିପଦ । କୋରୋନାର ଦ୍ବିତୀୟ ଲହରୀ ଆରମ୍ଭ ହୋଇଛି । କେଉଁ ସମୟରେ ଓଡିଶାରେ ତାହାର ପ୍ରଭାବ ପଡିବାରେ । ତେଣୁ ଆଣ୍ଟିବଡ଼ି ହେଲେ ବି ସଚେତନ ରହିବା ଆବଶ୍ୟକ ରହିଛି ବୋଲି କହିଛନ୍ତି ଏସସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ।
ଗତ କିଛିଦିନ ହେବ ରାଜ୍ୟରେ ଲଗାତାର ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଚାରି ହଜାର ଟ୍ରେଣ୍ଡରେ ବ୍ରେକ ଲାଗି ଏବେ ଦେଢ ହଜାର ମଧ୍ୟରେ ସୀମିତ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ତଥାପି ରାଜ୍ୟରୁ ବିପଦ ଟଳିନି । କୋରୋନାର ଦ୍ବିତୀୟ ଲହରୀ ଆରମ୍ଭ ହେଲେ ପରିସ୍ଥିତି ଅଣାୟତ ହୋଇପାରେ । କାରଣ କୋରୋନା ପ୍ରଥମ ପର୍ଯ୍ୟାୟ ଠାରୁ ଦ୍ବିତୀୟ ପାଳି ଅତ୍ୟନ୍ତ ବିପଦଜ୍ଜନକ ।