ନାବାଳିକାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
13:30 March 02
ନାବାଳିକାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
କଟକ: ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତର ରାୟ ଶୁଣାଇଲେ ସ୍ୱତନ୍ତ୍ର ପୋକ୍ସ ଅଦାଲତ । ଅଭିଯୁକ୍ତ ଜଣକ ଝିଅର ବାପା ବୋଲି ଜଣାପଡିଛି । ତେବେ ଏଥିସହ ଅଭିଯୁକ୍ତକୁ ୨୦ ହଜାର ଟଙ୍କାର ଜରିମାନା ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।
ନାବାଳିକା ସହ ସମ୍ପର୍କୀୟର କୁତ୍ସିତ ସମ୍ପର୍କ ଘଟଣାର ଅଭିଯୁକ୍ତକୁ ମୃତ୍ୟୁ ପର୍ଯ୍ୟନ୍ତ ସଶ୍ରମ ଜେଲ ଦଣ୍ଡ ନିର୍ଦ୍ଦେଶ ଦେଲେ ପୋକ୍ସ କୋର୍ଟ। ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କାର ଜୋରିମାନା ନିର୍ଦ୍ଦେଶ । କଟକସ୍ଥିତ ପୋକ୍ସ କୋର୍ଟ ଦେଲେ ଏହି ନିର୍ଦ୍ଦେଶନାମା। କଟକ ମହିଳା ଥାନାରେ ହୋଇଥିଲା ମାମଲା। ଏଭଳି ଆସାମୀ ସମାଜରେ ରହିବା ଅନୁଚିତ ବୋଲି କୋର୍ଟ ମତ ଦେଇଛନ୍ତି। ଏହି ଘଟଣାରେ ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ