ଓଡିଶା

odisha

ETV Bharat / city

ନକଲି ଔଷଧ କାରବାର ଘଟଣା; ପୁଣି ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି

ପୁଣି ଘୁଞ୍ଚିଲା ନକଲି ଔଷଧ କାରବାରରେ ଅଭିଯୁକ୍ତର ଜାମିନ ଆବେଦନ ଶୁଣାଣି । ଆସନ୍ତା ଶୁକ୍ରବାର ଦିନ ଜାମିନ ଆବେଦନର ଶୁଣାଣି ହେବ । ଜାମିନ ଆବେଦନ ଉପରେ ଆଜି ଶୁଣାଣି ହେବାର ଥିଲା ତାହାକୁ ଆସନ୍ତା ଶୁକ୍ରବାରକୁ ଘୁଞ୍ଚାଇ ଦିଆଯାଇଛି । ଅଧିକ ପଢନ୍ତୁ...

By

Published : Jul 5, 2021, 1:00 PM IST

ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି
ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି

କଟକ: ରାଜ୍ୟରେ ନକଲି ଔଷଧ କାରବାର ଘଟଣା । ପୁଣି ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି । ଆସନ୍ତା ଶୁକ୍ରବାର ଦିନ ଜାମିନ ଆବେଦନର ଶୁଣାଣି ହେବ । ଜାମିନ ଆବେଦନ ଉପରେ ଆଜି ଶୁଣାଣି ହେବାର ଥିଲା ତାହାକୁ ଆସନ୍ତା ଶୁକ୍ରବାରକୁ ଘୁଞ୍ଚାଇ ଦିଆଯାଇଛି ।

ଆବେଦନର ଅପଡେଟ ସିଡି ଦାଖଲ ହୋଇ ନଥିବାରୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ନକଲି ଔଷଧ କାରବାରର ମୁଖ୍ୟ ଅଭିଯୁକ୍ତ ଶିବ ଜେନା ପତ୍ନୀ ଶୁଭଲକ୍ଷ୍ମୀ ଜେନା ସମେତ ଦୁଇଜଣ କର୍ମଚାରୀଙ୍କ ଜାମିନ ଆବଦେନ ଉପରେ ଆଜି କଟକ ଦୌରା ଜଜ୍ କୋର୍ଟରେ ଶୁଣାଣି ହେବାର ଥିଲା । ଏହା ସହିତ ଶିବ ଜେନାକୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ STF ।

ନକଲି ଔଷଧ କାରବାରରେ ଶିବ ଜେନାକୁ ଜୁନ 23ରେ ଗିରଫ କରିଥିଲା STF । ଗିରଫ ପରେ ଶିବ ଜେନାକୁ କଟକ ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର କରାଯାଇଥିଲା । କଟକ କନିକା ଛକରେ ନକଲି ଔଷଧ କାରବାର କରୁଥିବା "ମେଡିଲିଓଏଡ଼ ମେଡିକାମେଣ୍ଟ"ର ମୁଖ୍ୟ ଶିବ ଜେନାଙ୍କ ବିରୋଧରେ ଏତଲା ଦାଏର କରିଥିଲା ଏସଟିଏଫ । ଏହା ପୂର୍ବରୁ ଜୁନ 28 ତାରିଖରେ ଜାମିନ ମାମଲାର ଶୁଣାଣି ହେବାର ଥିଲା । କେସ ଡାଇରୀ ଦାଖଲ କରି ନଥିବାରୁ ଶୁଣାଣି ସ୍ଥଗିତ ରହିଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details