ଓଡିଶା

odisha

ETV Bharat / city

ପୁଣି ଫେରିଲେ ଚନ୍ଦକା ହାତୀ, ଚିନ୍ତାରେ ଚାଷୀ

ଆଠଗଡ ବନଖଣ୍ଡ ଅଞ୍ଚଳକୁ ଫେରିଛନ୍ତି ଏହି ହାତୀପଲ । ପ୍ରାୟ ୧୬ରୁ ଅଧିକ ହାତୀ ଖୁଣ୍ଟୁଣୀ ରେଞ୍ଜର ଗାଁ ପାଖରେ ବୁଲୁଥିବା ନଜର ଆସିଛନ୍ତି । ଯାହା ଚାଷୀଙ୍କୁ ଚିନ୍ତାରେ ପକାଇଛି । ଅଧିକ ପଢନ୍ତୁ...

By

Published : Sep 7, 2021, 12:13 PM IST

ପୁଣି ଫେରିଲେ ଚନ୍ଦକାହାତୀ , ଚିନ୍ତାରେ ଚାଷୀ
ପୁଣି ଫେରିଲେ ଚନ୍ଦକାହାତୀ , ଚିନ୍ତାରେ ଚାଷୀ

କଟକ: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଫେରିଛନ୍ତି ଚନ୍ଦକା ହାତୀପଲ । ଆଠଗଡ ବନଖଣ୍ଡ ଅଞ୍ଚଳକୁ ଫେରିଛନ୍ତି ଏହି ହାତୀପଲ । ପ୍ରାୟ ୧୬ରୁ ଅଧିକ ହାତୀ ଖୁଣ୍ଟୁଣୀ ରେଞ୍ଜର ଗାଁ ପାଖରେ ବୁଲୁଥିବା ନଜର ଆସିଛନ୍ତି । ଯାହା ଚାଷୀଙ୍କୁ ଚିନ୍ତାରେ ପକାଇଛି ।

ପୁଣି ଫେରିଲେ ଚନ୍ଦକାହାତୀ , ଚିନ୍ତାରେ ଚାଷୀ

ଏହି ସମୟରେ ଚାଷୀର ସୁନ୍ଦର ଫସଲ ହସୁଛି । ଆମଳ ସମୟକୁ ଚାହିଁ ରହିଛି ଚାଷୀ । ଅଚାନକ ହାତୀ ପଲଙ୍କ ଏପରି ପ୍ରତ୍ୟାବର୍ତ୍ତନ ଚାଷୀଙ୍କ ଚିନ୍ତା ବଢାଇଛନ୍ତି । ଗାଁର ଆଖପାଖ ସହ ଜାତୀୟ ରାଜପଥ କଡରେ ବୁଲୁଛନ୍ତି ହାତୀପଲ । ଖରା ବର୍ଷା ସହି ହସାଇ ଥିବା ସୁନାର ଫସଲକୁ ହାତୀ ପଲ ନଷ୍ଟ କରିଦେବା ଭୟରେ ଚିନ୍ତାରେ ପଡିଯାଇଛି ଚାଷୀ ।

ଅନେକ ସମୟରେ ହାତୀମାନେ ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ପୁଣି ଚନ୍ଦକା ହାତୀପଲଙ୍କ ଫେରିବା ନେଇ ଚାଷୀଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏପଟେ ସେମାନଙ୍କ ଉପରେ ବନବିଭାଗ ନଜର ରଖିଥିବା କହିଛନ୍ତି ଖୁଣ୍ଟୁଣୀ ରେଞ୍ଜର ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details