ଓଡିଶା

odisha

ETV Bharat / city

2 ବର୍ଷ ପରେ କଟକରେ ପାଳିତ ହେବ ଇଦ୍: ସଜେଇ ହେଲାଣି ମସଜିଦ୍, ଅତରରେ ବାସିଲାଣି ବଜାର

ଚଳିତ ବର୍ଷ ସିଲଭର ସିଟିରେ ପାଳିତ ହେବ ମୁସଲମାନ ସମ୍ପ୍ରଦାୟର ବଡ଼ ପର୍ବ ଇଦ୍ । ଏନେଇ ବିଭିନ୍ନ ମୁସଲିମ କମିଟି ସହ ଏକ ବୈଠକ କରିଛି କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

ଇଦରେ ଝଲସିବ ସିଲଭର ସିଟି
ଇଦରେ ଝଲସିବ ସିଲଭର ସିଟି

By

Published : Apr 24, 2022, 9:57 PM IST

କଟକ : ଆଗକୁ ଆସୁଛି ଇଦ ପର୍ବ । ଏନେଇ ବିଭିନ୍ନ ମୁସଲିମ କମିଟି ସହ ଏକ ବୈଠକ କରିଛି କମିଶନରେଟ ପୋଲିସ । ତେବେ ଚଳିତ ବର୍ଷ କରୋନା କଟକଣା ନଥିବାରୁ ଭାଇଚାରାର ସହର କଟକରେ ଏହି ପର୍ବ ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯିବ ବୋଲି ଆଶା ରଖିଛନ୍ତି ମୁସଲିମ ଭାଇ ଓ ଭଉଣୀ । ଭାଇଚାରାର ସହର କଟକରେ ମୁସଲମାନ ସମ୍ପଦ୍ରାୟର ବଡ ପର୍ବ ଇଦକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ବିଭିନ୍ନ ମୁସଲିମ କମିଟି ଓ ମସଜିଦ କମିଟି ସହ କଟକରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଇଦରେ ଝଲସିବ ସିଲଭର ସିଟି

ବୈଠକରେ ଡିସିପିଙ୍କ ସମେତ ସମସ୍ତ ଜୋନ ଏସିପି ଓ ମୁସଲିମ ସମ୍ପ୍ରଦାୟର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ତେବେ ଦୁଇ ବର୍ଷ ଧରି କରୋନା କଟକଣା ପାଇଁ ଇଦ ଫିକା ପଡିଥିବାବେଳେ ଏ ବର୍ଷ ଜମିବ ଇଦ । ତେବେ ଇଦ ପାଇଁ ସହରରେ ଆବଶ୍ୟକ ମୁତାବକ ପୋଲିସ ଫୋର୍ସ ମୁତୟନ ହେବାସହ ସହରରେ ବିଭିନ୍ନ ମସଜିଦର ଥିବା ସମସ୍ତ ସମସ୍ୟାର କିଭଳି ଇଦ ପୂର୍ବରୁ ସମାଧାନ କରାଯିବ ସେ ନେଇ ଡିସିପି ବୈଠକରେ ଆଲୋଚନା କରିଛନ୍ତି ।

ମସଜିଦ ଠୁ ଆରମ୍ଭ କରି ଘରେ ଘରେ ଚାଲିଛି ସ୍ୱତନ୍ତ୍ର ନମାଜ ପାଠ । ଦିନସାରା ଉପବାସ ରହିବା ପରେ ସନ୍ଧ୍ୟାରେ ପ୍ରତ୍ୟେକ ଘରେ ଚାଲିଛି ଇଫତାର ପାର୍ଟି । ତେବେ ଇଦ ପାଇଁ ବିଶେଷ ପ୍ରସ୍ତୁତିରେ ଲାଗି ପଡିଛନ୍ତି ସମସ୍ତେ । ବିରିୟାନୀ ଠୁ ନେଇ ଲଛା ସିମେଇ ଯାଏଁ ଚାଲିଛି ପ୍ରସ୍ତୁତି । ସାଙ୍ଗ ସାଥୀଙ୍କଠୁ ଆରମ୍ଭ କରି ବନ୍ଧୁବାନ୍ଧବ ପର୍ଯ୍ୟନ୍ତ ସମସ୍ତଙ୍କୁ ନେଇ ଇଦ ପାଳନର ଥାଏ ଏକ ସ୍ୱତନ୍ତ୍ର ମଜା ।

ଏହି ପର୍ବରେ ସାମିଲ ହୋଇଥାନ୍ତି ବିଭିନ୍ନ ସମ୍ପ୍ରଦାୟର ଲୋକ । ଏହିଦିନ ସହରର ବିଭିନ୍ନ ମସଜିଦରେ ହୋଇଥାଏ ସମୂହ ନମାଜ ପାଠ । ସହରର କଦମ ରୁସଲ, ଇଦଗା, ଛୋଟୀ ମସଜିଦ ଓ ପଲଟନ ମସଜିଦରେ ହୋଇଥାଏ ବହୁ ଲୋକଙ୍କ ସମାଗମ । ସେଥିପାଇଁ ସହରର ମସଜିଦ ଗୁଡିକରେ ଏବେଠୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ରମଜାନ ମାସରେ ଦୀର୍ଘ ଏକ ମାସ କାଳ ଉପବାସ ରଖିବା ପରେ ଇଦରେ ଉପବାସ ଫିଟାଇ ସମୂହ ନମାଜ ପାଠ କରିଥାନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details