ଓଡିଶା

odisha

ETV Bharat / city

ଭାଇଚାରାର ସହରରେ ନାହିଁ ଇଦ-ଉଲ ଜୁହାର ଉତ୍ସାହ: ଖାଁ ଖାଁ ମସଜିଦ

ଆଜି ହେଉଛି ପବିତ୍ର ଇଦ୍ ଉଲ୍ ଜୁହା । ହେଲେ ଚଳିତ ବର୍ଷ କୋଭିଡ ପାଇଁ ଫିକା ପଡିଛି ଏହି ପର୍ବ । ଅଧିକ ପଢନ୍ତୁ...

By

Published : Jul 21, 2021, 8:08 PM IST

Eid ul-Zuha
ଭାଇଚାରାର ସହରରେ ନାହିଁ ଇଦ ଉଲ ଜୁହାର ଉତ୍ସାହ: ଖାଁ ଖାଁ ମସଜିଦ

କଟକ: ଆଜି ହେଉଛି ପବିତ୍ର ଇଦ୍ ଉଲ୍ ଜୁହା । ଏହାକୁ ବକ୍ରିଇଦ ପର୍ବ ବୋଲି ମଧ୍ୟ କୁହାଯାଏ। ଇସଲାମ ଧର୍ମାବଲମ୍ବୀଙ୍କ ଏହି ମହାନ ପର୍ବକୁ ବଳିଦାନର ପର୍ବ ମଧ୍ୟ କୁହାଯାଏ। ହେଲେ ଚଳିତ ବର୍ଷ କୋଭିଡ ପାଇଁ ଫିକା ପଡିଛି ଏହି ପର୍ବ।

ଭାଇଚାରାର ସହରରେ ନାହିଁ ଇଦ ଉଲ ଜୁହାର ଉତ୍ସାହ: ଖାଁ ଖାଁ ମସଜିଦ

କୋରୋନା ପାଇଁ ଭାଇଚାରାର ସହର କୁହାଯାଉଥିବା ସିଲଭର ସିଟିରେ ଥିବା ମସଜିଦ ଗୁଡିକରେ ସାମୁହିକ ନମାଜ ପାଠ ବନ୍ଦ୍ ରହିଛି । ଖାଁ ଖାଁ ହୋଇ ପଡ଼ି ରହିଛି ଧର୍ମପୀଠ। ତେବେ ଏହି ମହାମାରୀ ଶୀଘ୍ର ଦୂର ହେଲେ ଆଗାମୀ ଦିନରେ ଧୁମଧାମରେ ଇଦ୍ ପର୍ବ ପାଳନ କରାଯିବ ବୋଲି କହିଛନ୍ତି ଇସଲାମ ଧର୍ମାବଲମ୍ବୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details