କଟକ: ମୃଣ୍ମୟୀ ଦେବୀଙ୍କ ଷଷ୍ଠୀ ପୂଜା ପାଇଁ ଚଳଚଞ୍ଚଳ ପୂଜାମଣ୍ଡପ । ଶୁକ୍ରବାର ମଣ୍ଡପରେ ହେବ ମା’ ଜଗତ ଜନନୀ ଦୁର୍ଗାଙ୍କ ଷଷ୍ଠୀ ପୂଜା । ଏହା ପୂର୍ବରୁ ଗୁରୁବାର ସମାପ୍ତ ହୋଇଛି ମୃଣ୍ମୟୀ ଦେବୀଙ୍କ ଚାନ୍ଦି କାମ । ଅକ୍ଲାନ୍ତ ପରିଶ୍ରମ ପରେ ମାଆଙ୍କ ଦେହରେ ଛାଉଣୀ ହୋଇଛି ମାଳମାଳ ଚାନ୍ଦି । ଯାହା ଭକ୍ତଙ୍କ ମନକୁ ବେଶ ଛୁଇଁବ ବୋଲି କହିଛନ୍ତି ପୂଜା କମିଟି ।
ଚାନ୍ଦିରେ ଚମକୁଛନ୍ତି ମା’... ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ - durga puja preparation in cuttack
ଶୁକ୍ରବାର ମୃଣ୍ମୟୀ ଦେବୀ ପୀଠରେ ଷଷ୍ଠୀପୂଜା ହେବ । ଏହା ପୂର୍ବରୁ ମଣ୍ଡପ ଗୁଡିକରେ ଚାନ୍ଦି କାମ ସମାପ୍ତ ହୋଇଛି ।
ଷଷ୍ଠୀ ପୂଜା ପାଇଁ ସରିଲା ଚାନ୍ଦି କାମ
ଅନ୍ୟପଟେ ମାଙ୍କୁ ଚାନ୍ଦିରେ ଛାଉଣୀ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି କାରିଗର । ବିଭିନ୍ନ ପ୍ରକାର ଚାନ୍ଦି ଅଳଙ୍କାରରେ ମାଙ୍କୁ ସୁସଜ୍ଜିତ କରାଯାଇଛି । ଦିନରାତି ଏକ କରି ମା ଦୁର୍ଗା ଓ ପାର୍ଶ୍ବ ଦେବାଦେବୀଙ୍କୁ ଚାନ୍ଦି ଅଳଙ୍କାରରେ ସଜ୍ଜିତ କରାଯାଇଛି । ଚଳିତବର୍ଷ ମଣ୍ଡପ ଗୁଡିକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବା ନେଇ ଆଶାବାଦୀ ଥିବା କହିଛନ୍ତି ବିଭିନ୍ନ ପୂଜା କମିଟି କର୍ତ୍ତୃପକ୍ଷ । ତେବେ କଟକରେ 27ଟି ଚାନ୍ଦି ମେଢ଼ କରାଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ
Last Updated : Oct 3, 2019, 8:19 PM IST