ଓଡିଶା

odisha

By

Published : Oct 9, 2020, 8:18 AM IST

ETV Bharat / city

ଦଶହରା ମୂର୍ତ୍ତି ନିର୍ମାଣ ମାମଲା: ଆଜି ହାଇକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି

ହାଇକୋର୍ଟରେ ଦୁର୍ଗା ପୂଜା ମୂର୍ତ୍ତି ନିର୍ମାଣ ମାମଲାର ଆଜି ହେବ ଶୁଣାଣି । ପୋଲିସ କମିଶନରଙ୍କ ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଖଲ ହୋଇଥିଲା ମାମଲା । ଅଧିକ ପଢନ୍ତୁ...

ଦଶହରା ମୂର୍ତ୍ତି ନିର୍ମାଣ ମାମଲା
ଦଶହରା ମୂର୍ତ୍ତି ନିର୍ମାଣ ମାମଲା

କଟକ: ହାଇକୋର୍ଟରେ ଦୁର୍ଗା ପୂଜା ମୂର୍ତ୍ତି ନିର୍ମାଣ ମାମଲାର ଆଜି ହେବ ଶୁଣାଣି। ପୋଲିସ କମିଶନରଙ୍କ ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଖଲ ହୋଇଥିବା ମାମଲାର ଆଜି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି ହେବ ।

ସମସ୍ତ ପୂଜା ମଣ୍ଡପ 4ଫୁଟ ମଧ୍ୟରେ ମୂର୍ତ୍ତି କରିବାକୁ ପୋଲିସ କମିଶନର ସେପ୍ଟେମ୍ବର 17 ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ସେପ୍ଟେମ୍ବର 30 ତାରିଖରେ ହାଇକୋର୍ଟରେ ଏ ସଂକ୍ରାନ୍ତରେ ଶୁଣାଣି ହୋଇଥିବାବେଳେ ପୋଲିସ କମିଶନରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ ହୋଇଥିଲା । ତେବେ ପୋଲିସ କମିଶନରଙ୍କ ପକ୍ଷରୁ ସାନି ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଅଦାଲତ। ଅକ୍ଟୋବର 9 ତାରିଖ ସୁଦ୍ଧା ଏହି ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ବାଲୁବଜାର ପୂଜା କମିଟି ସମେତ ଅନ୍ୟ ତିନୋଟି ପୂଜା କମିଟି ପୋଲିସ କମିଶନରଙ୍କ 4 ଫୁଟ ଉଚ୍ଚ ମୂର୍ତ୍ତି ନିର୍ମାଣ ନିର୍ଦ୍ଦେଶନାମାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାବେଳେ ଚାରୋଟି ମାମଲାର ଏକତ୍ର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details