ଓଡିଶା

odisha

ETV Bharat / city

ନକଲି ଔଷଧ କାରବାର ମାମଲା: CBI ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ନକଲି ଔଷଧ କାରବାର ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ । ଗୁରୁବାର ଏ ନେଇ ଜନସ୍ବାର୍ଥ ମାମଲା ଦାୟର ହୋଇଛି । ଅଧିକ ପଢନ୍ତୁ...

ନକଲି ଔଷଧ କାରବାର ମାମଲା : CBI ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ
ନକଲି ଔଷଧ କାରବାର ମାମଲା : CBI ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

By

Published : Jul 1, 2021, 12:58 PM IST

Updated : Jul 1, 2021, 3:15 PM IST

କଟକ: ରାଜ୍ୟରେ ନକଲି ଔଷଧ କାରବାର ଘଟଣାର ତଦନ୍ତ ପାଇଁ ତେଜୁଛି ଦାବି । ଏହି ମାମଲାର CBI ତଦନ୍ତ ନିର୍ଦ୍ଦେଶ ଦିଆଯାଉ ବୋଲି ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଦାୟର ହୋଇଛି । CBI ନିର୍ଦ୍ଦେଶକ, ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବଙ୍କ ସମେତ 5 ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ତେବେ STF ତଦନ୍ତ ଫଳପ୍ରଦ ହେବ ନାହିଁ ବୋଲି ମାମଲାରେ ଦର୍ଶାଯାଇଛି ।

ନକଲି ଔଷଧ କାରବାର ମାମଲା: CBI ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ବିଗତ ଦିନମାନଙ୍କରେ ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଥଣ୍ଡା, ଜ୍ବର ଔଷଧ ଓ କୋରୋନା ଔଷଧ ଫାବିପିରାଭିର ବିକ୍ରି କରାଯାଉଥିବା ଦେଖିବାକୁ ମିଳିଥିଲା । ଭିନ୍ନ ଭିନ୍ନ ଜିଲ୍ଲାର ଔଷଧ ଦୋକାନରେ ଚଢ଼ାଉ କରି ବିପୁଳ ମାତ୍ରାରେ ନକଲି ଔଷଧ ଜବତ କରାଯାଇଛି । ନକଲି ଔଷଧ କାରବାର ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ, ନକଲି ଔଷଧ ବିକ୍ରିକୁ ବରଦାସ୍ତ କରାଯିବନାହିଁ ଓ ଏପରି ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ତେବେ ରାଜ୍ୟରେ ମାତ୍ରାଧିକ ନକଲି ଔଷଧ କାରବାର ଓ ତାର ବାହାର ରାଜ୍ୟ ପର୍ଯ୍ୟନ୍ତ ଚେର ଲମ୍ବିବା ନେଇ ଖବର ଆସିବା ପରେ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ନକଲି ଔଷଧ କାରବାର ମାମଲା : CBI ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ
ନକଲି ଔଷଧ କାରବାର ମାମଲା : CBI ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jul 1, 2021, 3:15 PM IST

ABOUT THE AUTHOR

...view details