ଓଡିଶା

odisha

By

Published : Jun 29, 2022, 6:28 PM IST

ETV Bharat / city

ଦେଶରେ ଦ୍ରୁତଗତିରେ ବଢୁଛି ନିଶା କାରବାର: SIT ଉପାଧ୍ୟକ୍ଷ

କଟକରେ ଚାଲିଥିବା କଳାଧନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ SIT ବୈଠକ ଶେଷ ହୋଇଛି । ଦେଶରେ କଳାଧନର ସ୍ଥିତି ଓ ଏହାର ମୂଳୋତ୍ପାଟନ ପାଇଁ ବୈଠକରେ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଅଧିକ ପଢନ୍ତୁ

ଦେଶରେ ଦ୍ରୁତଗତିରେ ବଢୁଛି ନିଶା କାରବାର: SIT ଉପାଧ୍ୟକ୍ଷ
ଦେଶରେ ଦ୍ରୁତଗତିରେ ବଢୁଛି ନିଶା କାରବାର: SIT ଉପାଧ୍ୟକ୍ଷ

କଟକ:ଶେଷ ହେଲା କଟକରେ ଚାଲିଥିବା କଳାଧନ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ SIT ବୈଠକ । ବୈଠକ ଅବସରରେ ଦେଶରେ କଳାଧନର ସ୍ଥିତି ଓ ଏହାର ମୂଳୋତ୍ପାଟନ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । GST ଠକେଇ ଓ ନିଶା କାରବାର କ୍ଷେତ୍ରରେ କଳାଧନର ବ୍ୟାପକ କାରବାର ହେଉଥିବା ଜଣାପଡିବା ପରେ ଏହି ଦିଗରେ ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ । ଦେଶର ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବ୍ୟାପକ ପରିମାଣର ନିଶା କାରବାର ହେଉଥିବାରୁ ଏହାକୁ ନେଇ ବୈଠକରେ ଚିନ୍ତା ପ୍ରକଟ କରାଯିବା ସହ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଏଣିକି ଇଡି ଓ ଆୟକର ବିଭାଗକୁ ମଧ୍ୟ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଦେଶରେ ଦ୍ରୁତଗତିରେ ବଢୁଛି ନିଶା କାରବାର: SIT ଉପାଧ୍ୟକ୍ଷ

ଦେଶରେ ଦ୍ରୁତଗତିରେ ବଢି ଚାଲିଛି ନିଶା କାରବାର । ବିଶେଷକରି ଓଡ଼ିଶାରେ ଏହି କାରବାର ବିପଦଜନକ ସ୍ଥିତିରେ ପହଞ୍ଚିଛି । ଯାହାକି କଳାଧନର ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । କଳାଧନ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ SITର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ଚାଞ୍ଚଲ୍ୟକର ସତ ସାମ୍ନାକୁ ଆସିଛି । ଏହି ବୈଠକରେ ଓଡ଼ିଆ IPS ଅଫିସର ତଥା ନାରକୋଟିକ୍ସ ବିଭାଗର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ ଓ ଓଡ଼ିଶା କ୍ୟାଡର IPS ତଥା ନାରକୋଟିକ୍ସ ବିଭାଗର ଡେପୁଟି ଡ଼ାଇରେକ୍ଟର ସଞ୍ଜୟ ସିଂଙ୍କ ପକ୍ଷରୁ ପ୍ରଦାନ କରାଯାଇ ଥିବା ତଥ୍ୟ ନିଶା କାରବାର ସାମ୍ରାଜ୍ୟ ବାବଦରେ ସମସ୍ତଙ୍କ ଧାରଣାକୁ ପରିବର୍ତ୍ତନ କରିଦେଇଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ । ଏହାସହିତ ଦୁର୍ନୀତିଖୋର ସରକାରୀ ଅଧିକାରୀମାନେ କଳାଧନର ବ୍ୟାପକ କାରବାର କରୁଥିବାରୁ ଏଣିକି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାର ତଦନ୍ତରେ ଇଡି ଓ ଆୟକର ବିଭାଗକୁ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଲେ SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ।

ନିଶା କାରବାର ସହିତ GST ଠକେଇ କରି କୋଟି କୋଟି ଟଙ୍କାର କଳାଧନ ସଂଗୃହୀତ କରାଯାଉଛି । ଗତ ୬ ରୁ ୭ ମାସ ଭିତରେ ଦେଶରେ ୧,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଜିଏସଟି ଠକେଇ ହୋଇଥିବା କଥା GST ବିଭାଗ ପକ୍ଷରୁ SIT ଙ୍କୁ ଅବଗତ କରାଯାଇଛି । ତେବେ କଳାଧନକୁ ଲୁଚାଇ ରଖିବା ପାଇଁ ପନାମା ଓ ପାଣ୍ଡେରା ପେପର୍ସର ତଦନ୍ତ କ୍ଷେତ୍ରରେ ଆଖି ଦୃଶିଆ ଅଗଗତି ହୋଇଥିବା ବିଭାଗୀୟ ଅଧିକାରୀ ମାନେ SITଙ୍କୁ ଅବଗତ କରାଇଥିଲେ । ପାନାମା ପେପରସ କ୍ଷେତ୍ରରେ ୪୦୦ରୁ ଉର୍ଦ୍ଧ୍ବ ମାମଲା ରୁଜୁ ହୋଇଛି । ଏହା ଭିତରୁ ପ୍ରାୟ ୩୦୦ ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି ପାଣ୍ଡେରା ପେପର୍ସ ମାମଲାରେ ମାସକ ଭିତରେ ୭୦ଟି ମାମଲା ରୁଜୁ ହୋଇଥିବା କହିଛନ୍ତି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ।

ABOUT THE AUTHOR

...view details